କନ୍ଧମାଳ: ୩ ଦୁର୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ । ଫୁଲବାଣୀ ପୋଲିସ ନିକଟରେ ୩ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା । ଜଣେ ଡିସିଏମ ରାଙ୍କର ଓ ଆଉ ୨ ଜଣ ଏସିଏମ ରାଙ୍କର । ଓଡିଶା ଓ ଛତିଶଗଡର ବିଭିନ୍ନ ମାଓ ହିଂସାରେ ଏମାନେ ଜଡିତ ଥିଲେ । ଅନ୍ୟପଟେ ଦୁର୍ଦ୍ଦାନ୍ତ ମାଓବାଦୀ ସୋଡି କନ୍ନା ଓରଫ ପଦନାମ ନିପାତ ହୋଇଛି । ବିଜାପୁର ନ୍ୟାସନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି । ପିଏଲଜିଏ ବାଟାଲିଅନ ନଂ-୧ ର ଡେପୁଟି କମାଣ୍ଡର ଥିଲେ । ସୋଡି କନ୍ନାଙ୍କୁ ଧରାଇଦେବାକୁ ୮ ଲକ୍ଷ ପୁରସ୍କାର ଘୋଷମା ହୋଇଥିଲା । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ ହୋଇଛି ।










