26.1 C
Bhubaneswar
Thursday, March 26, 2026
Homeଓଡିଶାଆଇନ ମନ୍ତ୍ରୀଙ୍କ ସବୁ ଦୋଷ: ବିଜେଡି

ଆଇନ ମନ୍ତ୍ରୀଙ୍କ ସବୁ ଦୋଷ: ବିଜେଡି

ପୁରୀ: ଏଥର ରଥଯାତ୍ରାକୁ ଅବିସ୍ମରଣୀୟ କରିବାକୁ ରାଜ୍ୟ ସରକାର ବାହାସ୍ଫୋଟ ମାରିଥିଲେ। ହେଲେ ଅଘଟଣ ଏବଂ ବିବାଦ ପିଛା ଛାଡ଼ୁନି। ମହାପ୍ରଭୁଙ୍କ ପାଇଁ ଲାଗି ହେବାକୁ ଥିବା ମୋଦକ ଚୋରି ହୋଇଗଲା, ସିଂହଦ୍ୱାରରେ ନନ୍ଦିଘୋଷ ଅଟକି ରହିଲା, ଶରଧାବାଲିରେ ଦଳାଚକଟାରେ ୩ ଜଣ ଭକ୍ତ ପ୍ରାଣ ହରାଇଲେ। ଏତେ ସବୁ ପରେ ମଧ୍ୟ ଅହଂକାରରେ ବୁଡି ରହିଥିବା ସରକାର ନିଜ ଦୋଷ ତ୍ରୁଟିକୁ ବୁଝି ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରିବା ବଦଳରେ କିଛି ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦାୟିତ୍ୱ ସାରିଦେଉଛନ୍ତି। ରଥଯାତ୍ରାରେ ଅଘଟଣ ପାଇଁ ଆଇନ ମନ୍ତ୍ରୀ ସମ୍ପୂର୍ଣ୍ଣ ରୂପେ ଉତ୍ତରଦାୟୀ। ଉପ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠନ ହୋଇଥିବା କମିଟି କଣ ତଦାରଖ କରୁଥିଲା ? ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମିଡ଼ିଆ ସାମ୍ନାରେ ଫୁଟାଣି ମାରି ବୟାନ ଦେଇଥିବା ମୁଖ୍ୟମନ୍ତ୍ରୀ କଣ ପାଇଁ ଉତ୍ତରଦାୟୀ ହେବେନି ? କେବଳ କିଛି ଅଫିସରଙ୍କ ଉପରେ ଦୋଷ ଲଦି ସରକାର ଖସି ଯାଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ନିଜେ ଇସ୍ତଫା ଦିଅନ୍ତୁ କିମ୍ବା ମନ୍ତ୍ରୀମଣ୍ଡଳରେ ଥିବା ଅପାରଗ ମନ୍ତ୍ରୀଙ୍କୁ ଦାୟିତ୍ୱରୁ ଅନ୍ତର କରନ୍ତୁ। ଏବଂ ଆଗାମୀ ଦିନରେ କିଭଳି ଅଘଟଣ ଆଉ ଘଟିବନି, ତାକୁ ନିଶ୍ଚିତ କରନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking