ଭୁବନେଶ୍ୱର: ରାଜ୍ୟରେ ରାଇସ ମିଲ ଓ ଚାଉଳ ରପ୍ତାନୀ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୟାନ ରଖିଛନ୍ତି । କହିଛନ୍ତି, ମିଲ ଅବାବରୁ ଧାନ ଉଠାଇବାରେ ଅସୁବିଧା ହେଉଛି କହିଲେ । ଆହୁରି ୪ ଶହରୁ ୫ ଶହ ରାଇସ ମିଲର ଆବଶ୍ୟକତା ରହିଛି । ଆମ ରାଜ୍ୟରେ ୧୪୦୦ ରାଇସ ମିଲ ରହିଛି । ମିଲ ଖୋଲିଲେ ସରକାର ୫୦ ପ୍ରତିଶତ ସବସିଡ ଦେବେ । ରାଜ୍ୟରୁ ଉତ୍ପାଦିତ ଚାଉଳରୁ ୪୬ ଲକ୍ଷ ମେଟ୍ରିକ ଟନ ଯାଉଛି । ବଳକା ୧୨ରୁ ୧୫ ମେଟ୍ରିକ ଟନ ଚାଉଳ ଆମ ପାଖରେ ରହୁଛି । ନୂଆ ପଲିସି କରାଯିବ । ବଳକା ଚାଉଳକୁ ରପ୍ତାନୀ କରାଯିବ ।










