14.1 C
Bhubaneswar
Monday, December 8, 2025
Homeଓଡିଶାଭିଜିଲାନ୍ସ ଜାଲରେ ବିଷମ କଟକ ସିଡିପିଓ ଓ କିରାଣୀ ବାବୁ

ଭିଜିଲାନ୍ସ ଜାଲରେ ବିଷମ କଟକ ସିଡିପିଓ ଓ କିରାଣୀ ବାବୁ

ବିଷମ କଟକ: ଲାଞ୍ଚ ନେଇ ଧରାପଡିଲେ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ବିଷମ କଟକ ସିଡିପିଓ ଓ କିରାଣୀ । ରାୟଗଡା ଜିଲ୍ଲା ବିଷମକଟକ ସିଡିପିଓ ଶୁଶୀଳା ଶବର ଓ କିରାଣୀ ରାମଚନ୍ଦ୍ର ପାତ୍ର ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଚାଟିକଣା ପଞ୍ଚାୟତ ହୁତେଶି ଗ୍ରାମର ଅଙ୍ଗନୱାଡି କର୍ମୀ ଶୀତା ୱାଡେକାଙ୍କ ଠାରୁ ଉଭୟ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଦୁଇ ଅଧିକାରୀ ଅଙ୍ଗନୱାଡି କର୍ମୀ ଚୟନ ପାଇଁ ଲାଞ୍ଚ ନେଉଥିଲେ । ଉଭୟଙ୍କୁ ରାୟଗଡା ଉଭୟଙ୍କୁ ରାୟଗଡା ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ହୁତେଶୁ ଗ୍ରାମର ଅଙ୍ଗନବାଡ଼ି ପ୍ରାର୍ଥୀ ଭାବେ ତିନି ଜଣ ଆବେଦନ କରିଥିଲେ । ଟଙ୍କା ଦେଲେ ନିଯୁକ୍ତି ଦେଇଦେବେ କହି ଶୀତାଙ୍କ ଠାରୁ ଏକାଉଣ୍ଟରେ ପ୍ରଥମେ ୨୦ ହଜାର ଟଙ୍କା ନେଇଥିଲେ । ଆଜି ବଳକା ୮୦ ହଜାର ଟଙ୍କା ନଗଦ ନେବା ବେଳେ ରାୟଗଡା ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ୍ ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking