25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଚଳନ୍ତା ଟ୍ରେନରୁ ସ୍ତ୍ରୀ ଆଉ ଏକ ବର୍ଷର ଝିଅକୁ ପେଲିଦେଲା ସ୍ୱାମୀ

ଚଳନ୍ତା ଟ୍ରେନରୁ ସ୍ତ୍ରୀ ଆଉ ଏକ ବର୍ଷର ଝିଅକୁ ପେଲିଦେଲା ସ୍ୱାମୀ

ଲକ୍ଷ୍ନୌ : ଚଳନ୍ତା ଟ୍ରେନରୁ ସ୍ତ୍ରୀ ଆଉ ଏକ ବର୍ଷର ଝିଅକୁ ପେଲିଦେଲା ସ୍ୱାମୀ। ଏଭଳି ଏକ ନିର୍ମମ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଇଟାୱାରେ। ଯେଉଁଥିରେ କୋର୍ଟ, ସିଭିଲ୍ ଇଞ୍ଜିନିୟର ଚନ୍ଦନ ରାୟ ଚୌଧୁରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବାସ୍ତବରେ ଘଟଣାଟି ୨୦୨୦ ମସିହାର, ଯେତେବେଳେ ଅଭିଯୁକ୍ତ ଚନ୍ଦନ ରାୟ ମଗଧ ଏକ୍ସପ୍ରେସରେ ଯାତ୍ରା କରୁଥିଲେ, ସେତେବେଳେ ଫାଫୁଣ୍ଡ ଷ୍ଟେସନ ନିକଟରେ ତାଙ୍କ ପତ୍ନୀ ପୋରଭି ଗାଙ୍ଗୁଲି ଏବଂ ଏକ ବର୍ଷର ଝିଅ ଶାଲିନୀଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଥିଲା। ପ୍ରାରମ୍ଭିକ ତଦନ୍ତରେ ଏହା ଏକ ସାଧାରଣ ଦୁର୍ଘଟଣା ପରି ମନେ ହେଉଥିଲା, କିନ୍ତୁ ଗଭୀର ଭାବରେ ତଦନ୍ତ କରିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଜଣାପଡିଥିଲା। ହତ୍ୟା କରିସାରିବା ପରେ ଚନ୍ଦନ, ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ସେ ତାଙ୍କ ସ୍ତ୍ରୀଙ୍କ ମୋବାଇଲ୍ ଭାଙ୍ଗି ରେଳ ଟ୍ରାକରେ ଫିଙ୍ଗି ଦେଇଥିଲେ, କିନ୍ତୁ ନିଜ ଫୋନରେ ସ୍ତ୍ରୀଙ୍କ ସିମ୍ କାର୍ଡ ବ୍ୟବହାର କରିବାର ଭୁଲ ସେ କରିଥିଲେ।

ଏହି ଫୋନ ଦ୍ୱାରା ତାଙ୍କ କଲ୍ ଡିଟେଲସ ଏବଂ ମୋବାଇଲ୍ ଲୋକେସନ୍ ମାଧ୍ୟମରେ ପୋଲିସ ଚନ୍ଦନର କାର‌୍ୟ୍ୟକଳାପ ବିଷୟରେ ଜାଣିପାରିଲା। ଯେଉଁଥିପାଇଁ ସେ ଧରା ପଡିଗଲେ। ପୂର୍ବରୁ ପୋରଭିଙ୍କ ବାପା ପ୍ରଦୋଷ ଗାଙ୍ଗୁଲି ଇଟାୱା ଜିଆରପିରେ ଯୌତୁକ ନିର‌୍ୟାତନାର ଅଭିଯୋଗ ଥାନାରେ ଦାଖଲ କରିଥିଲେ, ଯାହା ପରେ ହତ୍ୟାରେ ପରିଣତ ହୋଇଥିଲା। ମାମଲାର ଶୁଣାଣି ସମୟରେ, ସରକାରୀ ଓକିଲ କୋର୍ଟରେ ୧୨ ଜଣ ସାକ୍ଷୀ ଏବଂ ବୈଜ୍ଞାନିକ ପ୍ରମାଣ ଉପସ୍ଥାପନ କରିଥିଲେ, ଯାହା ଯୋଗୁଁ ଅଭିଯୁକ୍ତ ନିଜକୁ ରକ୍ଷା କରିପାରି ନଥିଲେ। ଅତିରିକ୍ତ ଜିଲ୍ଲା ବିଚାରପତି ସୁନିତା ଶର୍ମା ତାଙ୍କ ରାୟରେ ମନ୍ତବ୍ୟ ଦେଇଥିଲେ ଯେ, ଏହି ଅପରାଧ କେବଳ ହତ୍ୟା ନୁହେଁ, ବରଂ ମାନବତା ନାମରେ ଏକ ଖରାପ ଦାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking