18.1 C
Bhubaneswar
Saturday, December 6, 2025
Homeଓଡିଶାଯୋଗ ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର: ମନମୋହନ ସାମଲ

ଯୋଗ ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର: ମନମୋହନ ସାମଲ

ଭୁବନେଶ୍ୱର: ଯୋଗ ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟା ଯୋଗୁ ୫ହଜାର ବର୍ଷର ପ୍ରାଚୀନ ଯୋଗ ସାରା ବିଶ୍ୱରେ ସ୍ୱିକୃତୀ ଲାଭ କରିଛି । ୨୦୧୪ ଡିସେମ୍ବର ୧୧ତାରିଖ ଦିନ ମିଳିତ ଜାତିସଂଘ ‘ଯୋଗ’କୁ ମାନ୍ୟତା ଦେବା ସହ ଜୁନ୍ ୨୧କୁ “ଆନ୍ତର୍ଜାତିକ ଯୋଗ ଦିବସ”ର ମାନ୍ୟତା ପ୍ରଦାନ କରିଥିଲେ । ମାନସିକ, ଶାରୀରିକ ସୁ୍‌ସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ଶରୀର ଓ ମନ ଭିତରେ ସମନ୍ୱୟ ସ୍ଥାପନ କରିବାର ଅନନ୍ତ ମାଧ୍ୟମ । ସୁସ୍ଥ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଯୋଗକୁ ନିଜର ଦୈନନ୍ଦିନ ଜୀବନରେ ସାମିଲ କର ।

ଯୋଗର ନିୟମିତ ଅଭ୍ୟାସ ମଣିଷ ମଧ୍ୟରେ ନୂତନ ଆତ୍ମଚେତନା ଜାଗ୍ରତ କରେ । ଏନେଇ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଏଁ ଯୋଗ କରିବା ଜରୁରୀ ବୋଲି ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଶ୍ରୀ ସାମଲ କହିଛନ୍ତି ଯେ, ଚଳିତ ବର୍ଷ ଯୋଗ ଦିବସ ଶୀର୍ଷକ ହେଉଛି “ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ ପାଇଁ ଯୋଗ” ରଖାଯାଇଛି । ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ଯୋଗକୁ ଗ୍ରହଣ କରିବା ଦ୍ୱାରା ଭାରତର ଏହି ପ୍ରାଚୀନ ପରମ୍ପରା ଆଜି ଏକ ମହାପର୍ବରେ ପରିଗଣିତ ହେଉଛି । ଯୋଗ ଦ୍ୱାରା ବ୍ୟକ୍ତି କର୍ମଚଂଚଳ ହେବା ସହ ପ୍ରଫୁଲ୍ଲଚିତ ଅନୁଭବ କରେ । ନିୟମିତ ଯୋଗ କରିବା ଦ୍ୱାରା ଅନେକ ରୋଗବ୍ୟାଧିରୁ ମୁକ୍ତି ମିଳେ । ଏନେଇ ଆଜିର ବ୍ୟସ୍ତବହୁଳ ଜୀବନରେ ନିୟମିତ ଯୋଗ କରିବା ନିତ୍ୟାନ୍ତ ଜରୁରୀ । ଏହାକୁ ଆହୁରି ଅଧିକ ପ୍ରଭାବଶାଳୀ କରିବା ପାଇଁ କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟରେ ଶ୍ରୀ ମୋହନ ମାଝୀଙ୍କ ସରକାର ନିରନ୍ତର ଭାବେ ପ୍ରୋତ୍ସାହିତ କରୁଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉଦ୍ୟମ ଯୋଗୁ ସାରା ବିଶ୍ୱରେ ଏବେ ଯୋଗଦିବସ ପାଳନ କରାଯାଉଛି ବୋଲି କହିଥିଲେ । ଯୋଗ କରି ସମସ୍ତେ ସୁସ୍ଥ, ନିରୋଗ ଓ ଖୁସି ରହିବାକୁ ସେ କାମନା କରିଥିଲେ । ଯୋଗ ଦିବସରେ ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ ଦାସ, ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ମହେଶ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ରାଜ୍ୟର ସମସ୍ତ ପୌରାଂଚଳ ଓ ବିଭିନ୍ନ ପଂଚାୟତରେ ବିଜେପି କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ଯୋଗ ଦିବସ ପାଳନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking