17.1 C
Bhubaneswar
Friday, February 6, 2026
Homeଓଡିଶାବଢ଼ିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡୁଆ

ବଢ଼ିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡୁଆ

ଭୁବନେଶ୍ୱର: ବଢ଼ିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡୁଆ । ରାଜ୍ୟର ଏହି ବରିଷ୍ଠ ଆଇଏଏସଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଯାହାପରେ ଲାଞ୍ଚ ମାମଲା ନେଇ ବିଷ୍ଣୁପଦ ସେଠୀଙ୍କ ଉପରେ ସିବିଆଇର ତଦନ୍ତ ଜାରି ରହିବା ନେଇ ସ୍ପଷ୍ଟ ହୋଇଛି । ଜାଣିରଖିବା ଉଚିତ ଯେ, ସିବିଆଇର ତଦନ୍ତ ବିରୋଧରେ ଆବେଦନ କରିଥିଲେ ବିଷ୍ଣୁପଦ ସେଠୀ । ଯାହାପରେ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ ହାଇକୋର୍ଟ । ଆଉ ଏବେ ଏହି ମାମଲାରେ କୋର୍ଟ ବିଷ୍ଣୁପଦ ସେଠୀଙ୍କ ଆବେଦନ ଖାରଜ କରିବା ସହିତ ସିବିଆଇକୁ ତଦନ୍ତ କରିବାକୁ ଅନୁମତି ଦେଇଛନ୍ତି ।ତେବେ କିଛି ଦିନ ତଳେ ସକାଳୁ ସକାଳୁ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ କରିଥିଲା ସିବିଆଇ । ଟେଣ୍ଡର ଫିକ୍ସିଂ ଏବଂ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ କମ୍ପାନିକୁ ଅହେତୁକ ଅନୁକମ୍ପା, ଏହାସହିତ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ବିଷ୍ଣୁପଦଙ୍କ ଘରେ ରେଡ୍ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking