23.1 C
Bhubaneswar
Sunday, February 8, 2026
Homeଓଡିଶାବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ

ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ

ମୟୁରଭଞ୍ଜ:  ମୟୁରଭଞ୍ଜ ଜିଲ୍ଲାରେ  ବୁଧବାର ରାତିରେ  ଏକ ଅଶୋଭନୀୟ   ଘଟଣା ସାମ୍ନାକୁ ଆସିଛି ।  ବୁଧବାର ରାତିରେ ବାରିପଦା ସହରର ରାଜବାସା ଅଞ୍ଚଳରେ  ଚାରି ଜଣ ଦୁବୃତ୍ତ  ଜଣେ ବିବାହିତା ମହିଳାଙ୍କୁ   ଗଣଦୁଷ୍କର୍ମ  କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ସ୍ୱାମୀ   ଏ ସମ୍ପର୍କରେ  ବାରିପଦା ସଦର ଥାନାରେ  ଏକ ମାମଲା ଦାଏର କରିଛନ୍ତି ।   ଅଭିଯୋଗ ଅନୁଯାୟୀ, ରାତିରେ ଦୁବୃତ୍ତମାନେ ମହିଳାଙ୍କୁ ତାଙ୍କ ଘରୁ   ଅପହରଣ କରି ନିକଟସ୍ଥ  ଏକ ଘରକୁ ଜୋର ଜବରଦସ୍ତ  ଟେକି ନେଇ  ଗଣଦୁଷ୍କର୍ମ କରିଥିଲେ ।  ଏହା ପରେ  ଦୁବୃତ୍ତମାନେ  ଘଟଣାସ୍ଥଳରୁ  ଫେରାର ହୋଇଯାଇଥିଲେ ।  ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking