30.1 C
Bhubaneswar
Wednesday, February 11, 2026
Homeଓଡିଶାକାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ଉପକୂଳରେ ବଢିବ ତାତି

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ଉପକୂଳରେ ବଢିବ ତାତି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୪ଘଣ୍ଟା ଅର୍ଥାତ ଶନିବାର କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଏବଂ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଉପକୂଳରେ ଗୁଳୁଗୁଳି ଓ ଗରମ ଜାରି ରହିବ । ବିଶେଷ କରି ଅପରାହ୍ନ ପରେ ତଥା ସନ୍ଧା ସମୟରେ ଏନେଇ ଏହାର ପ୍ରଭାବ ଦେଖାଯିବ। ଏପରିକି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡାରେ ମଧ୍ୟ ଆଗାମୀ ଦୁଇ ଘଣ୍ଟା ପାଇଁ ବଡ ଧରଣର ବିଜୁଳି ଘଡଘଡି ସହ ବର୍ଷା ପବନ ବହିବାର ମଧ୍ୟ ସତର୍କ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆଗାମୀ ସାତ ଦିନ ପାଇଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ବର୍ଷା ଲାଗି ରହିବ । ବିଜୁଳି ଘଡଘଡି ସହ ଝଟକା ପବନ ମଧ୍ୟ ହେବ । ସେପଟେ ଆଗାମୀ ପାଞ୍ଚ ଦିନ ପାଇଁ ଉପକୂଳ ଜିଲ୍ଲା ମାନଙ୍କରେ ମଧ୍ୟ ଗୁଳୁଗୁଳି ଓ ଗରମ୍ ଜାରି ରହିବ । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । କିନ୍ତୁ କାଲିଠୁ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଅପରପକ୍ଷେ “ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ବର୍ଷା ୪୬.୮ ମିମି ଗଞ୍ଜାମରେ ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ତାପମାତ୍ରା ୩୮.୪ ଡିଗ୍ରୀ ସେଲସିୟସ ଝାରସୁଗୁଡାରେ ରେକର୍ଡ କରାଯାଇଛି ।

ସେପଟେ ଆସନ୍ତାକାଲି ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ ,ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡି ହୋଇପାରେ ଏବଂ ୪୦ରୁ ୫୦କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ୮ ତାରିଖ ପାଇଁ ବର୍ଷା ପବନ ସହ ବିଜଳି ଘଡଘଡି ଓ ଝଟକା ପବନ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୯ରୁ ୧୦ ତାରିଖ ପାଇଁ କୋରାପୁଟ,ମାମଲକାନଗିରି ପାଇଁ ମଧ୍ୟ ବର୍ଷା ପବନ ସହ ବିଜୁଳି ଘଡଘଡି ସମ୍ଭାବନା ରହିଛି । ତାପମାତ୍ରା ମଧ୍ୟ ଆସନ୍ତା ୧୦ତାରିଖ ଯାଏଁ ମଧ୍ୟ ଉଚ୍ଚ ରହିବ । ପ୍ରାୟ ଜିଲ୍ଲାରେ ୩୪ ଡିଗ୍ରୀ ଉପରେ ତାପମାତ୍ରା ରହିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking