27.1 C
Bhubaneswar
Sunday, July 13, 2025
Homeଓଡିଶା+୨ ନାମଲେଖା ଆବେଦନ ପ୍ରକ୍ରିୟା; ୧୪ଦିନରେ ଆବେଦନକାରୀଙ୍କ ସଂଖ୍ୟା ୩ଲକ୍ଷ ୨୦ହଜାର

+୨ ନାମଲେଖା ଆବେଦନ ପ୍ରକ୍ରିୟା; ୧୪ଦିନରେ ଆବେଦନକାରୀଙ୍କ ସଂଖ୍ୟା ୩ଲକ୍ଷ ୨୦ହଜାର

ଭୁବନେଶ୍ୱର: ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷ ଲାଗି ଯୁକ୍ତଦୁଇ ପ୍ରଥମବର୍ଷ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଆଜି ସୁଦ୍ଧା ଅର୍ଥାତ ଜୁନ ୬ତାରିଖ ରାତି ୧୦ଟା୩୫ ସୁଦ୍ଧା ରାଜ୍ୟରେ ମୋଟ ୨୩୭୮ଟି ଜୁନିୟର କଲେଜ ଲାଗି ଚଳିତବର୍ଷ ମୋଟ ୩ଲକ୍ଷ ୬୪ହଜାର ୭୧୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନ୍‌ଲାଇନ୍‌ରେ ଆବେଦନକାରୀଙ୍କ ସଂଖ୍ୟା ୩ଲକ୍ଷ ୨୦ହଜାର ୨୫ଜଣ ଥିବା ବେଳେ ସେଥିରୁ ୩ଲକ୍ଷ ୧୭ହଜାର ୩୪୯ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫି’ ପୈଠ କରିଛନ୍ତି । ତେବେ ରାଜଧାନୀରେ ମୋଟ ୬୭ଟି ଜୁନିୟର କଲେଜ ରହିଥିବା ବେଳେ ସେଥିରୁ ସରକାରୀ ଏବଂ ଅନୁଦାନପ୍ରାପ୍ତ ଜୁନିୟର କଲେଜ ସଂଖ୍ୟା ୧୫ଟି । ଏହି ୧୫ଟି ଜୁନିୟର କଲେଜରେ ମୋଟ ସିଟ ସଂଖ୍ୟା ୧୮ହଜାର ୭୩୬ ।

ସେଥିରୁ କଳାରେ ୫୩୨୪ଟି ରହିଥିବା ବେଳେ ବିଜ୍ଞାନରେ ୧୦୭୪୮, ବାଣିଜ୍ୟରେ ୨୪୯୬ଟି ଏବଂ ଧନ୍ଦାମୂଳକଶିକ୍ଷାରେ ସିଟ୍ ସଂଖ୍ୟା ୧୬୮ଟି ରହିଛି । ଦଶମ ପରୀକ୍ଷାରେ ରଖିଥିବା ନମ୍ବର ଅନୁଯାୟୀ ସମ୍ପୂର୍ଣ୍ଣ ମେଧା ତାଲିକା ଆଧାରରେ ନାମଲେଖା ହେବ । ଛାତ୍ରଛାତ୍ରୀମାନେ ସାମ୍‌ସ ପୋର୍ଟାଲ୍‌ରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ତେବେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୭ତାରିଖରେ ପ୍ରକାଶ ପାଇବ । ମୋଟ୍ ୩ଟି ପର୍ଯ୍ୟାୟରେ ନାମଲେଖା ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ଜୁଲାଇ ୨୪ ତାରିଖରୁ +୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ।

ତେବେ ରାଜଧାନୀର ପ୍ରମୁଖ ଜୁନିୟର କଲେଜଗୁଡିକ ମଧ୍ୟରୁ ଆଚାର୍ଯ୍ୟ ହରିହରରେ କଳାରେ ୧୯୨ଟି ସିଟ୍ ରହିଥିବା ବେଳେ ବିଜ୍ଞାନରେ ୧୨୮ଟି ଏବଂ ବାଣିଜ୍ୟରେ ୬୪ଟି ସିଟ୍ ରହିଛି । ସେହିପରି ବେସିକସାଇନ୍ସରେ ବିଜ୍ଞାନରେ ୩୮୪ ସିଟ୍‌, ବିଜୁପଟ୍ଟନାୟକ କଲେଜରେ କଳାରେ ୨୫୬, ବିଜ୍ଞାନରେ ୨୫୬ ଏବଂ ବାଣିଜ୍ୟରେ ୧୨୮ଟି ସିଟ୍ ରହିଛି । ବିଜେବିରେ କଳାରେ ୫୧୨, ବିଜ୍ଞାନରେ ୫୪୪ ଏବଂ ବାଣିଜ୍ୟରେ ୩୮୪ ସିଟ୍ ରହିଛି । ସିଟି ମହିଳା କଲେଜରେ କଳାରେ ୨୫୬, ବିଜ୍ଞାନରେ ୬୪ଟି ସିଟ୍ ରହିଛି । ଦେବରାୟ କଲେଜରେ କଳାରେ ୩୦୦, ବିଜ୍ଞାନରେ ୧୨୮ ଏବଂ ବାଣିଜ୍ୟରେ ୧୨୮ ସିଟ୍ ରହିଛି । ଏକାମ୍ରରେ କଳାରେ ୨୫୬, ବିଜ୍ଞାନରେ ୧୨୮ ଏବଂ ବାଣିଜ୍ୟରେ ୧୨୮ ସିଟ୍ ରହିଛି ।

କମଳାନେହେରା ମହିଳା କଲେଜରେ କଳାରେ ୨୫୬, ବିଜ୍ଞାନରେ ୧୨୮ ଏବଂ ବାଣିଜ୍ୟରେ ୬୪ ସିଟ୍ ରହିଛି । ମହର୍ଷିରେ କଳାରେ ୧୨୮, ବିଜ୍ଞାନରେ ୫୧୨ ଏବଂ ବାଣିଜ୍ୟରେ ୧୨୮ ସିଟ୍ ରହିଛି । ସେହିପରି ମହର୍ଷି ମହିଳା ଜୁନିୟର କଲେଜରେ କଳାରେ ୨୫୬, ବିଜ୍ଞାନରେ ୧୨୮ ସିଟ୍ ରହିଛି । ପଟିଆ ଆରଏମଡି ଜୁନିୟର କଲେଜରେ କଳାରେ ୧୬୦, ବିଜ୍ଞାନରେ ୧୨୮ ଏବଂ ବାଣିଜ୍ୟରେ ୬୪ଟି ସିଟ୍ ରହିଛି । ରାଜଧାନୀ ଜୁନିୟର କଲେଜରେ କଳାରେ ୨୫୬, ବିଜ୍ଞାନରେ ୩୮୪ ଏବଂ ବାଣିଜ୍ୟରେ ୧୨୮ ସିଟ୍ ରହିଛି । ରମାଦେବୀ ମହିଳା ଜୁନିୟର କଲେଜରେ କଳାରେ ୫୧୨, ବିଜ୍ଞାନରେ ୩୮୪ ଏବଂ ବାଣିଜ୍ୟରେ ୨୫୬ ସିଟ୍ ରହିଛି । ଶ୍ରୀ ଜୟଦେବ ଜୁନିୟର କଲେଜରେ କଳାରେ ୨୫୬, ବିଜ୍ଞାନରେ ୧୯୨ ଏବଂ ବାଣିଜ୍ୟରେ ୬୪ଟି ସିଟି ରହିଥିବା ବେଳେ ସତ୍ୟସାଇ ମହିଳା ଜୁନିୟର କଲେଜରେ କଳାରେ ୧୯୨, ଓ ବିଜ୍ଞାନରେ ୧୨୮ଟି ସିଟ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking