19.1 C
Bhubaneswar
Sunday, December 21, 2025
Homeଓଡିଶାସୁଇପର୍‌ଙ୍କ ହାତରେ ରୋଗୀଙ୍କ ଭାଗ୍ୟ

ସୁଇପର୍‌ଙ୍କ ହାତରେ ରୋଗୀଙ୍କ ଭାଗ୍ୟ

ଢେଙ୍କାନାଳ: ରୋଗୀ ସେବା ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବାସ୍ତବରେ କିଭଳି ଭାବରେ ରୋଗୀ ସେବା ଚାଲିଛି ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ବ୍ଲକ୍‌ର ୨୯ ଗୋଟି ଗ୍ରାମ ପଞ୍ଚାୟତ ଏବଂ ନିକଟ ଯାଜପୁର ଏବଂ କଟକ ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳର କିଛି ଲୋକ ନିର୍ଭର କରୁଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରରଙ୍କ ଠାରୁ ଆରମ୍ଭ କରି ସଫେଇ କର୍ମଚାରୀଙ୍କର ଅଭାବ ରହିଛି । ଦୀର୍ଘଦିନ ହେଲା ଉକ୍ତ ଡାକ୍ତରଖାନାରେ ବିଭିନ୍ନ ଡାକ୍ତରୀ ପଦବୀ ଖାଲି ରହିଥିବା ବେଳେ ନର୍ସିଂ ଅଫିସର୍‌ମାନଙ୍କର ପଦବୀ ଅଭାବ ରହିଛି ଯାହା ଫଳରେ ଅଧିକାଂଶ ସମୟରେ ସୁଇପର୍‌ମାନେ ଇଞ୍ଜେକ୍ସନ, ସାଲାଇନ ଦେବାର ଦୃଶ୍ୟମାନ ହୋଇଛି ।

ଆଦିବାସୀ ବହୁଳ ଏହି ବ୍ଲକ୍‌ର ଲୋକମାନେ ଆସି ସୁଇପର୍‌ମାନଙ୍କ ଦ୍ୱାରା ଚିକିତ୍ସିତ ହେବା ସରକାରଙ୍କର ସ୍ୱାସ୍ଥ୍ୟସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖୋଦ୍ ଗୋଷ୍ଠି ସ୍ୱାସ୍ଥ୍ୟଅଧିକାରୀ ଅଧିକାଂଶ ସମୟ ଏଠାରେ ଅନୁପସ୍ଥିତ ରହୁଥିବା ବେଳେ ଛଅ ମାସରୁ ଉର୍ଦ୍ଧ୍ୱ ଏଠାରେ ଦରମା ନପାଇ ସୁଇପର୍‌ମାନେ କାର୍ଯ୍ୟ କରୁଛନ୍ତି । ଯାହା ଫଳରେ ଏଭଳି ପରିସ୍ଥିତି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୃଷ୍ଟି ହେଉଛି । ଗତ ସରକାର କିଛି କରୁନଥିବା କହି ଭୋଟ ହାତେଇଥିବା ଡବଲ ଇଞ୍ଜିନ ସରକାରଙ୍କୁ ଲୋକ ଏବେ ଆଙ୍ଗୁଠି ଦେଖେଇବା ଆରମ୍ଭ କଲେଣି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking