26.7 C
Bhubaneswar
Saturday, July 4, 2026
Homeଓଡିଶାବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ

ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦରଡ଼ା ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ଗତକାଲି ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ବସ୍ତା–ବାଲିଆପାଳ ରାସ୍ତାରେ ଥିବା ଦରଡ଼ା ପେଟ୍ରୋଲ ପମ୍ପରେ ଜଣେ ଗ୍ରାହକ ନିଜ ପରିବାର ସହ ପେଟ୍ରୋଲ ଭରୁଥିବା ସମୟରେ ଏକ ବୁଲେଟ୍ ମୋଟରସାଇକେଲରେ ଦୁଇଜଣ ମୁଖାପିନ୍ଧା ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ପେଟ୍ରୋଲ ପମ୍ପର ସେଲ୍ସମ୍ୟାନଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଥିବା ବ୍ୟାଗ ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ଏନେଇ ଆଜି ବସ୍ତା ଥାନାରେ ଅଭିଯୋଗ ହେବା ପରେ ପୋଲିସ ପେଟ୍ରୋଲ ପମ୍ପରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ପୋଲିସ ପ୍ରୟାସ ଚଳାଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking