19.1 C
Bhubaneswar
Monday, December 8, 2025
Homeଓଡିଶାଆଇନ୍ ସେବା ସବା ପ୍ରାଧିକରଣ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ  

ଆଇନ୍ ସେବା ସବା ପ୍ରାଧିକରଣ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ  

ଯାଜପୁର: ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଯାଜପୁର ନଗର ସରସ୍ବତୀ ବିଦ୍ୟା ମନ୍ଦିର ପରିସରରେ ବିଶ୍ୱ ପରିବେଶ ଦିବସ ପାଳନ ସହିତ ସଚେତନ‌ତା ସଭା ଅନୁଷ୍ଠିତ ହୋଇ ଯାଇଛି।ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଏଥିରେ ଅଧ୍ଯକ୍ଷତା କରିବା ସହିତ ସଚେତନତା ସଭାକୁ ଉଦ୍ଘାଟନ କରିଥିଲେ। ଏଥିରେ ଅତିଥି ଆଲୋଚକ ଭାବେ ସହକାରୀ ଜିଲ୍ଲାପାଳ ବାସୁଦେବ ନାୟକ, ଏସ୍ ଡି ପି ଓ ପି କେ ମାଝି,ଫରେଷ୍ଟ ରେଞର୍ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ବିଶ୍ବ ପରିବେଶ ଦିବସର ମହତ୍ତ୍ଵ, ଅସନ୍ତୁଳିତ ପରିବେଶର କୁପ୍ରଭାବ ସହିତି ସୁସ୍ଥ ପରିବେଶ ସୁସ୍ଥ ଜୀବନ ବିଷୟ ରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ର ଅନୁଚିନ୍ତା ପ୍ଲାଷ୍ଟିକ୍ ପ୍ରଦୁଷଣ ବର୍ଜନୀୟ ଶିର୍ଷକ କୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଅରଜ୍ୟୋତି ମିଶ୍ର,ପ୍ରର୍ମିତ ରଞନ ସାହୁ ଓ ସାଇପ୍ରିୟା ରାଉତରାୟ ଙ୍କୁ ପ୍ରାଧିକରଣ ପକ୍ଷରୁ କପ୍ ପ୍ରଦାନ କରି ଅଧ୍ଯକ୍ଷ ପୁରସ୍କୃତ କରିଥିଲେ । ସ୍ବାଗତ ବକ୍ତବ୍ୟ ସହିତ ସଭା ସଞ୍ଚାଳନ କରିଥିଲେ ପ୍ରାଧିକରଣ ର ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି । ଧନ୍ୟବାଦ ଅର୍ପଣ କରିଥିଲେ ସରସ୍ବତୀ ଶିଶୁ ମନ୍ଦିର ର ପ୍ରଧାନ ଗୁରୁଜୀ ବି କୃତ୍ତିବାସ ରାଉତ। ଏହି ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରାଧିକରଣର ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସର ମଧ୍ୟରେ ଚାରା ରୋପଣ କରାଯାଇଥିଲା ଏବଂ ଛାତ୍ର/ଛାତ୍ରୀ ମାନଙ୍କୁ ମଧ୍ୟ ଚାରା ବଣ୍ଟନ କରାଯାଇଥିଲା ବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନଙ୍କୁ ନେଇ ଏହି ଦିବସ ଉପଲକ୍ଷେ ଏକ ପଦ ଯାତ୍ରା କାରଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ବନ ବିଭାଗର କର୍ମଚାରୀ, ଅଧିକାର ମିତ୍ର, ପ୍ରାଧିକରଣ କର୍ମଚାରୀ ଏବଂ ଶିଶୁ ମନ୍ଦିରର ଗୁରୁଜୀ ଗୁରୁମା ଶିକ୍ଷାକର୍ମୀ ମାନେ ସ‌ହଯୋଗ କରିଥିଲେ। ଏତଦ୍ ବ୍ୟତୀତ ପ୍ରାଧିକରଣ ପକ୍ଷରୁ ଯାଜପୁର ସହରର ବିଭିନ୍ନ ସ୍ଥାନରେ ତଥା ବିରଜା ମନ୍ଦିର, କଚେରୀ ରାସ୍ତା ଏବଂ ବିରଜା ହାଟ ଠାରେ ଅଧିକାର ମିତ୍ର ମାନଙ୍କ ଦ୍ୱାରା ସଚେତନତା ସଭା କରାଯାଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking