ପୁରୀ: ଆସନ୍ତା ପବିତ୍ର ଦେବସ୍ନାନ ପୂଣ୍ଣିମା ସୁଦ୍ଧା ରଥର ଚାରି ନାହାକା ଉଠିବାର ବିଧି ପରମ୍ପରା ରହିଛି । ତେଣୁ ଶ୍ରୀ କ୍ଷେତ୍ରରେ ରଥଖଳା ଚଳଚଞ୍ଚଳ ହୋଇଛି । ତିନି ରଥର ଦଣ୍ଡା ଫ୍ରେମ ନିର୍ମାଣ ପ୍ରସ୍ତୁତି ଶେଷ ହୋଇଛି । ଫ୍ରେମର ନମ୍ବରିଂ କରାଯାଉଛି । ତିନି ରଥର ପାଞ୍ଚ ଦଣ୍ଡାରେ ମୁହାଁଟ ସଂଯୋଗ ହୋଇଛି ।










