19.1 C
Bhubaneswar
Friday, December 19, 2025
Homeଦେଶ ବିଦେଶହ୍ବାଟ୍ସଆପରେ ରହିବ ଲଗ୍ ଆଉଟ୍ ଫିଚର୍

ହ୍ବାଟ୍ସଆପରେ ରହିବ ଲଗ୍ ଆଉଟ୍ ଫିଚର୍

ନୂଆଦିଲ୍ଲୀ: ଯଦି ଆପଣ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ହ୍ୱାଟ୍ସଆପ୍ ନିଜ ୟୁଜରଙ୍କ ସୁବିଧା ପାଇଁ ସମୟ ସମୟରେ ନୂଆ ଫିଚର୍ ଆଣିଥାଏ। ଏବେ ଏହି ଆପ୍ଲିକେସନ୍‌ରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଫିଚର୍ ଆସିବାକୁ ଯାଉଛି ଯାହା ବ୍ୟବହାରକାରୀଙ୍କୁ ସାମୟିକ ବିରତି ଦେବାରେ ସାହାଯ୍ୟ କରିବ।

ଯଦି ଆପଣ ହ୍ୱାଟ୍ସଆପରେ ଅଧିକ ସମୟ ବିନିଯୋଗ କରୁଛନ୍ତି ଏବଂ ଆପଣ ଆପଣଙ୍କର ଏହି ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଏବେ ଏହା ସମ୍ଭବ ହେବାକୁ ଯାଉଛି। ଯଦି ଆପଣ ଏପରି ଏକ ଫିଚର୍ ଚାହୁଁଛନ୍ତି ଯାହା ଦ୍ୱାରା ଆପଣଙ୍କୁ ଆପଣଙ୍କର ହ୍ୱାଟ୍ସଆପ୍ ଆକାଉଣ୍ଟ ଡିଲିଟ କରିବାକୁ ନପଡ଼େ ଏବଂ ଆପଣଙ୍କୁ କିଛି ବିରତି ମଧ୍ୟ ମିଳିବ, ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏବେ ଏଥିପାଇଁ ଏକ ନୂତନ ଫିଚର୍ ବହୁତ ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି। ଏହି ନୂଆ ଫିଚର ହେଉଛି ‘ଲଗ୍ ଆଉଟ୍’। ପୂର୍ବରୁ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଖରେ ସୋସିଆଲ ମିଡିଆରୁ ଦୂରେଇ ରହିବାର କୌଣସି ପ୍ରଭାବଶାଳୀ ଉପାୟ ନଥିଲା, କିନ୍ତୁ ଏବେ ବ୍ୟବହାରକାରୀ ହ୍ୱାଟ୍ସଆପ୍ ବ୍ୟବହାର କରିବାର ଅଭ୍ୟାସକୁ କମ କରିପାରିବେ। ଏଥିପାଇଁ, କମ୍ପାନୀ ବହୁତ ଶୀଘ୍ର ଲଗ୍ ଆଉଟ୍ ଫିଚର୍ ଆଣିବାକୁ ଯାଉଛି। ଏହାର ଏକ ବଡ଼ ଲାଭ ହେବ ଯେ ବ୍ୟବହାରକାରୀଙ୍କୁ ଆଉ ସେମାନଙ୍କର ଆକାଉଣ୍ଟ ଡିଲିଟ କରିବାକୁ ପଡ଼ିବ ନାହିଁ ଏବଂ ସେମାନଙ୍କର ବ୍ୟକ୍ତିଗତ ଡାଟା ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking