30.1 C
Bhubaneswar
Friday, August 28, 2026
Homeଓଡିଶାନିଶାଠାରୁ ଦୂରେଇବେ ଛାତ୍ରଛାତ୍ରୀ! କଲେଜରେ ନେବେ ନିଶାମୁକ୍ତ ଶପଥ

ନିଶାଠାରୁ ଦୂରେଇବେ ଛାତ୍ରଛାତ୍ରୀ! କଲେଜରେ ନେବେ ନିଶାମୁକ୍ତ ଶପଥ

ଭୁବନେଶ୍ୱର: ନିଶାଠାରୁ ଦୂରେଇ ରହିବେ ଛାତ୍ରଛାତ୍ରୀ । ନିଶାମୁକ୍ତ ସମାଜ ଗଠନ ପାଇଁ ଶିକ୍ଷାନୁଷ୍ଠାନରେ ନିଆଯିବ ଶପଥ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ସମେତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ନିଶାମୁକ୍ତ ଶପଥ ନେବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ନିଶାର କୁପ୍ରଭାବରୁ ଦୂରେଇ ରଖିବା ସହ ଯୁବପିଢ଼ିଙ୍କ ମଧ୍ୟରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।ସୂଚନା ଅନୁସାରେ, ଅଗଷ୍ଟ ୧୮ ତାରିଖରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ନିଶାମୁକ୍ତ ଶପଥ ନେବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା । ଏହାସହ ଶପଥ ଗ୍ରହଣ କାର୍ଯ୍ୟକ୍ରମର ସମସ୍ତ ତଥ୍ୟ ଉଚ୍ଚଶିକ୍ଷା ବିଭାଗର ପୋର୍ଟାଲରେ ଅପଲୋଡ୍‌ କରିବାକୁ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଥିଲା ।ତେବେ ଅନେକ ଶିକ୍ଷାନୁଷ୍ଠାନ ଏଯାଏଁ ଏହି ତଥ୍ୟ ଅପଲୋଡ୍‌ କରିନଥିବାରୁ ଅଗଷ୍ଟ ୨୫ ତାରିଖରେ ପୁନର୍ବାର ନିର୍ଦ୍ଦେଶ ଜାରି କରାଯାଇଥିଲା । ସମସ୍ତ ଶିକ୍ଷାନୁଷ୍ଠାନକୁ ନିଶାମୁକ୍ତ ଶପଥ ସମ୍ପର୍କିତ ତଥ୍ୟ ପୋର୍ଟାଲରେ ଅପଲୋଡ୍‌ କରିବାକୁ କୁହାଯାଇଥିଲା । ଏବେ ଅଗଷ୍ଟ ୨୮, ଅର୍ଥାତ୍ ଆଜି ସୁଦ୍ଧା ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶେଷ ନିର୍ଦ୍ଦେଶ ଦିଆଯାଇଛି । ନିଶା ଯେପରି ଯୁବପିଢ଼ିଙ୍କ ଭବିଷ୍ୟତକୁ ନଷ୍ଟ ନକରେ, ସେଥିପାଇଁ ଶିକ୍ଷାନୁଷ୍ଠାନ ସ୍ତରରୁ ସଚେତନତା ସୃଷ୍ଟି କରିବା ଉପରେ ଜୋର ଦିଆଯାଉଛି । ଛାତ୍ରଛାତ୍ରୀଙ୍କ ଶପଥ ସହ ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଇପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking