30.1 C
Bhubaneswar
Friday, August 28, 2026
Homeଓଡିଶାଦେବୀ ନଦୀକୁ ଡେଇଁ ଯୁବକ ନିଖୋଜ !

ଦେବୀ ନଦୀକୁ ଡେଇଁ ଯୁବକ ନିଖୋଜ !

ଜଗତସିଂହପୁର:  ଦେବୀ ନଦୀ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବକ । ଡେଇଁବାର କାରଣ ଏଯାଏଁ ଅସ୍ପଷ୍ଟ । ଘଟଣା ପରେ ନଦୀରେ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର ସନ୍ଧାନ ଜାରି ରହିଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ଶିଖର ଘାଟ ଦେବୀ ନଦୀ ପୋଲ ଉପରେ ସ୍କୁଟି ରଖି ଜଣେ ଯୁବକ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି । ନିଖୋଜ ଯୁବକ ହେଉଛନ୍ତି ତିହୁଡା ଗାଁର ଶିଖର ପାଢ଼ୀଙ୍କ ୨୨ ବର୍ଷୀୟ ପୁଅ ଶୈଲେଶ ପାଢ଼ୀ । ସୂଚନା ଅନୁସାରେ, ଆଜି ଭୋର ସମୟରେ ଶୈଲେଶ ନିଜ ସ୍କୁଟି ଯୋଗେ ଶିଖର ଦେବୀ ନଦୀ ଘାଟ ପୋଲ ନିକଟକୁ ଆସିଥିଲେ । ପରେ ପୋଲ ଉପରେ ନିଜ ସ୍କୁଟିକୁ ରଖି ଦେବୀ ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି । ତେବେ ଦୀର୍ଘ ସମୟ ଧରି ପୋଲ ଉପରେ ସ୍କୁଟିଟି ରହିଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା ।ଏହାପରେ ସ୍ଥାନୀୟ ଲୋକେ ନାଉଗାଁ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ନାଉଗାଁ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀ ଭିତରେ ନିଖୋଜ ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି । ତେବେ ଶୈଲେଶ କାହିଁକି ନଦୀକୁ ଡେଇଁଲେ, ଏହା ପଛରେ କଣ କାରଣ ରହିଛି, ସେନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ସନ୍ଧାନ କାର୍ଯ୍ୟ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking