16.1 C
Bhubaneswar
Thursday, February 5, 2026
Homeଖେଳଦିଲ୍ଲୀ ଠାରୁ ୬ ୱିକେଟ୍‌ରେ ହାରିଲା ପଞ୍ଜାବ

ଦିଲ୍ଲୀ ଠାରୁ ୬ ୱିକେଟ୍‌ରେ ହାରିଲା ପଞ୍ଜାବ

ଜୟପୁର: ଜୟପୁରରେ ଖେଳାଯାଇଥିବା ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ୬୬ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବକୁ ୬ ୱିକେଟ୍‌ରେ ପରାସ୍ତ କରିଛି । ଫଳରେ ପଏଣ୍ଟ ଟେବୁଲ୍‌ର ଶୀର୍ଷକୁ ଯିବା ପାଇଁ ପଞ୍ଜାବର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି । ପଞ୍ଜାବ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା । ଆଶା କରାଯାଉଥିବା ଦିଲ୍ଲୀ ସମ୍ମୁଖରେ ଶକ୍ତିଶାଳୀ ମନେହେଉଥିବା ପଞ୍ଜାବ ଦଳ ଏକ ବଡ଼ ସ୍କୋର ଛିଡା କରିବ । କିନ୍ତୁ ପଞ୍ଜାବର ବ୍ୟାଟିଂ ଅର୍ଡର ବିପର୍ଯ୍ୟୟ ଦଳକୁ ନିର୍ଦ୍ଧାରିତ ଓଭର ୨୦ ଓଭରରେ ମାତ୍ର ୨୦୬ ରନ୍‌ରେ ହିଁ ସୀମିତ ରଖିପାରିଥିଲା । ପ୍ରିୟାଂଶ ଆର‌୍ୟ୍ୟା ୬ ରନ୍ କରି ପାଭିଲିୟନ୍ ଫେରିଥିବା ବେଳେ ପ୍ରଭସିମରନ୍ ୨୮ ରନ୍‌, ଜୋଶ ଇଂଲିଶ ୩୨ ରନ୍ କରିପାରିଥିଲେ । ତେବେ ଅଧିନାୟକ ଶ୍ରେୟସ ଆୟର ଆଜି ପୁଣିଥରେ ଅଧିନାୟକତ୍ୱର ପାଳି ଖେଳିଥିଲେ । ସେ ୩୪ ବଲ୍‌ରୁ ୫୩ ରନ୍ କରିଥିଲେ । ସେହିପରି ନେହାଲ ୱାଢ଼େରା ୧୬ ରନ୍‌, ଶଶାଙ୍କ ସିଂହ ୧୧ ରନ୍ କରି ଆଉଟ୍ ହୋଇଥିଲେ । ତେବେ ମାର୍କୋନିସ୍ ଷ୍ଟୋଇନିସ୍ ମାତ୍ର ୧୬ ରନ୍‌ରେ ୪୪ ରନ୍‌ର ଏକ ଦମ୍‌ଦାର ପାଳି ଖେଳିଥିଲେ । ୨୦୭ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ କିନ୍ତୁ ପ୍ରଥମରୁ ହିଁ ଚାମ୍ପିଅନ୍ ଦଳ ଭଳି ଖେଳିଥିଲା । ଓପନ୍‌ର କେଏଲ୍ ରାହୁଲ ୨୧ ବଲ୍‌ରେ ୩୫ ରନ୍ କରିଥିବା ବେଳେ କରୁନ ନାୟର ୨୭ ବଲରୁ ୪୪ ରନ୍ ଏବଂ ସମୀର ରିଜ୍‌ଭିଙ୍କ ଅପରାଜିତ ୫୮ ରନ୍ ବଳରେ ସହଜରେ ଏହି ମ୍ୟାଚ୍‌କୁ ପଞ୍ଜାବ ହାତରୁ ଛଡାଇନେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking