ଗୁରୁଗ୍ରାମ: ମଙ୍ଗଳବାର ଭୋର ସମୟରେ ହରିୟାଣାର ଗୁରୁଗ୍ରାମର ଅତୁଲ କଟାରିଆ ଚୌକରେ ଥିବା କୃଷ୍ଣ ଫର୍ଣ୍ଣିଚରର ଏକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ସହିତ ଆକାଶକୁ ଘନ ଧୂଆଁର କୁଣ୍ଡ ଉଠିଥିଲା, ଯାହା ଫଳରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ଘଟଣାସ୍ଥଳରେ ବର୍ତ୍ତମାନ ଅଗ୍ନିଶମ କର୍ମଚାରୀମାନେ ଉପସ୍ଥିତ ଅଛନ୍ତି ଏବଂ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି। ଅଗ୍ନିଶମ ଅଧିକାରୀ ନରେନ୍ଦ୍ର ଯାଦବଙ୍କ ଅନୁଯାୟୀ, ଏହି ଘଟଣାରେ କୌଣସି ମୃତାହତର ଖବର ନାହିଁ। “ଆମେ ଭୀମନଗର ଅଗ୍ନିଶମ କେନ୍ଦ୍ରରେ ଏକ ବାର୍ତ୍ତା ପାଇଲୁ ଯେ ଅତୁଲ କଟାରିଆ ଚୌକରେ ଥିବା କୃଷ୍ଣା ଫର୍ଣ୍ଣିଚରରେ ନିଆଁ ଲାଗିଛି… ନିଆଁ ଲିଭାଇବା ପାଇଁ ପ୍ରୟାସ ଚାଲିଛି। ଏଠାରେ ୧୮-୨୦ ଦମକଳ ଗାଡ଼ି ଉପସ୍ଥିତ ଅଛନ୍ତି। କୌଣସି ମୃତାହତର ଖବର ନାହିଁ”, ଅଗ୍ନିଶମ ଅଧିକାରୀ କହିଛନ୍ତି।










