30.1 C
Bhubaneswar
Thursday, February 5, 2026
Homeଓଡିଶାମହିଳାମାନଙ୍କ ସାମଗ୍ରିକ ବିକାଶ ଆମର ଲକ୍ଷ୍ୟ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ମହିଳାମାନଙ୍କ ସାମଗ୍ରିକ ବିକାଶ ଆମର ଲକ୍ଷ୍ୟ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଓଡ଼ିଶାକୁ ଲକ୍ଷପତି ଦିଦି ସୃଷ୍ଟିରେ ଏକ ନମ୍ବର କରିବା ପାଇଁ ବ୍ୟାଙ୍କମାନଙ୍କୁ ଧନ୍ୟବାଦ ଦେଲେ ଉପମୁଖ୍ୟମନ୍ତ୍ରୀ
ଓଡ଼ିଶାର ସ୍ଵୟଂ ସହାୟକ ଗୋଷ୍ଠୀର ଉତ୍ପାଦ ପାଇଁ ସୁଭଦ୍ରା ଶକ୍ତି ହେବ ଏକ ବ୍ରାଣ୍ଡ
ମହିଳାମାନଙ୍କ ମାନସିକ ସ୍ଵାସ୍ଥ୍ୟ ଓ ୱେଲନେସ ଉପରେ କାର୍ଯ୍ୟ କରିବାକୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ଵର: ଆଜି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନ ରେ “କର୍ପୋରେଟ୍ ସାମାଜିକ ଦାୟିତ୍ୱ(ସିଏସଆର) ପଦକ୍ଷେପ ମାଧ୍ୟମରେ ମହିଳା ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକର ପ୍ରୋତ୍ସାହନ” ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚ-ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହି ବୈଠକରେ ଅଧ୍ଯକ୍ଷତା କରି ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉଦ୍ୟୋଗୀ ହେବା ଯାତ୍ରାରେ ତଥା ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶାକୁ ଏକ ନମ୍ବର କରିବାରେ କର୍ପୋରେଟ୍ ସାମାଜିକ ଦାୟିତ୍ୱ ପ୍ରତିଷ୍ଠାନ ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ଭୂମିକାକୁ ପ୍ରଶଂସା କରିଥିଲେ । ଗାଁର ମହିଳା ଉଦ୍ୟୋଗୀମାନେ କିଭଳି ନିରନ୍ତର ବିକାଶ କରିବେ ସେ ବିଷୟରେ ଫୋକସ ଦେବା ପାଇଁ ସେ ଆହ୍ଵାନ ଦେଇଥିଲେ । ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରଡକ୍ଟ୍ କୁ ଗୁରତ୍ଵ ଦେଇ ପ୍ରତ୍ୟେକ ଜିଲ୍ଲାର ବିଶେଷ ଉତ୍ପାଦ ଉପରେ ସ୍ଵୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରିବା ସହ ସ୍ବୟଂ ସହାୟକ ଗୋଷ୍ଠୀର ଉତ୍ପାଦ ସୁଭଦ୍ରା ଶକ୍ତି ବ୍ରାଣ୍ଡ ଭାବେ ପ୍ରତିଷ୍ଠିତ କରିବାକୁ ସେ ମତ ପ୍ରକାଶ କରିଥିଲେ । ମହିଳାମାନଙ୍କ ମାନସିକ ସ୍ବାସ୍ଥ୍ୟ, ସ୍ବଚ୍ଛତା ଉପରେ ଫୋକସ ଦେବା ପାଇଁ ସେ ଆହ୍ଵାନ ଦେଇଥିଲେ ।

ଏହି ବୈଠକ ଅତିରିକ୍ତ ସଚିବ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକଙ୍କ ସ୍ୱାଗତ ଭାଷଣ ସହ ଆରମ୍ଭ ହୋଇଥିଲା, ଏହା ପରେ ରାଜ୍ୟ ମିଶନ ନିର୍ଦ୍ଦେଶିକା,ଓ ଏଲ୍ ଏମ୍ ତଥା ମିଶନ ଶକ୍ତି ବିଭାଗର ନିର୍ଦେଶିକା ଡ. ମୋନିକା ପ୍ରିୟଦର୍ଶିନୀ, ବିଭାଗର ଉଦ୍ଦେଶ୍ୟ,ଆଭିମୁଖ୍ୟ ସହ ପ୍ରମୁଖ କାର୍ଯ୍ୟକ୍ରମ ଏବଂ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ସମନ୍ୱିତ ପଦ୍ଧତି ବିଷୟରେ ଉପସ୍ଥାପନା ପ୍ରଦର୍ଶନ କରିଥିଲେ । ଏଥି ସହିତ ସେ ଲକ୍ଷପତି ଦିଦି ପଦକ୍ଷେପର ଉଲ୍ଲେଖନୀୟ ସଫଳତା ଏବଂ ପ୍ରଗତିକୁ ଆଲୋକପାତ କରିବା ସହ କର୍ପୋରେଟ୍ ସାମାଜିକ ଦାୟିତ୍ୱ ସହଭାଗିତା ମାଧ୍ୟମରେ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକର ପ୍ରୋତ୍ସାହନ ପାଇଁ ଏକ ସୁଚିନ୍ତିତ ରୋଡମ୍ୟାପ୍ ପ୍ରସ୍ତୁତି ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ । ଏହି ସହଭାଗିତା ନିମନ୍ତେ ସେ ଉଦ୍ୟୋଗ ଭିତ୍ତିଭୂମି, ବଜାର ବିକାଶ, କ୍ଷୁଦ୍ର-ଉଦ୍ୟୋଗ, ଉତ୍ପାଦନ ୟୁନିଟ୍, ଏବଂ କ୍ଲଷ୍ଟର୍ ଆଧାରିତ ବିକାଶ ପ୍ରକଳ୍ପ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରି ଦୀର୍ଘକାଳୀନ, ସ୍ଥାୟୀ ଏବଂ ମହିଳାଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ବିକାଶ ନିମନ୍ତେ ସମ୍ଭାବିତ ମାର୍ଗ ଉପସ୍ଥାପନ କରିଥିଲେ।

ଏହି ବୈଠକରେ ଭାରତର ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ଯଥା: ଆଦିତ୍ୟ ବିର୍ଲା ଗ୍ରୁପ ଅନ୍ତର୍ଗତ ଏସେଲ ମାଇନିଙ୍ଗ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ, ଆଦିତ୍ୟ ଆଲୁମିନିଅମ ଇଷ୍ଟ ,ଜେଏସଡବ୍ଲୁ ଫାଉଣ୍ଡେସନ, ଟାଟା ଷ୍ଟିଲ୍ ଫାଉଣ୍ଡେସନ ,ନାଲକୋ ଇତ୍ୟାଦି ପ୍ରତିଷ୍ଠାନର କର୍ପୋରେଟ୍ ସାମାଜିକ ଦାୟିତ୍ୱ ବିଭାଗର ଅଧିକାରୀଙ୍କ ସକ୍ରିୟ ଅଂଶଗ୍ରହଣ କରି ଥିଲେ l ଏହା ସହିତ ଦେଶର ଅଗ୍ରଣୀ ଜାତୀୟ ଏବଂ ଆଞ୍ଚଳିକ ବ୍ୟାଙ୍କଗୁଡ଼ିକର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକର ଋଣ ପ୍ରାପ୍ତି ଏବଂ ଆର୍ଥିକ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ। ଏଥିରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ, ଏବଂ ଅନ୍ୟାନ୍ୟ ପ୍ରମୁଖ ଆର୍ଥିକ ଅନୁଷ୍ଠାନଗୁଡ଼ିକ ଅନ୍ତର୍ଭୁକ୍ତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking