30 C
Bhubaneswar
Wednesday, June 17, 2026
Homeଦେଶ ବିଦେଶସମସ୍ତ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ: ଅମିତ ଶାହ

ସମସ୍ତ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ: ଅମିତ ଶାହ

ନୂଆଦିଲ୍ଲୀ: ସମସ୍ତ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ । ଏନେଇ ଅର୍ଦ୍ଧସାମରିକ ବାହିନୀର ମୁଖ୍ୟଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଛୁଟିରେ ଥିବା ସମସ୍ତ ଯବାନଙ୍କୁ ତୁରନ୍ତ କାଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଅନ୍ୟପଟେ  ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ଚକ୍ଟକ)ରେ ଥିବା ୯ଟି ଆତଙ୍କବାଦୀ ଠିକଣା ଉପରେ ବୁଧବାର ମଧ୍ୟରାତ୍ରି ୧:୩୦ରେ ‘ଅପରେସନ ସିନ୍ଦୁର’ ଅଧୀନରେ ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣ ବହାଓ୍ୱାଲପୁର, ମୁରିଦ୍‌କେ, ବାଘ, କୋଟଲି ଏବଂ ମୁଜାଫରାବାଦରେ ଥିବା ଆତଙ୍କବାଦୀ ଠିକଣାଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଯେଉଁଠାରୁ ଭାରତ ବିରୋଧରେ ଆତଙ୍କବାଦୀ ଆକ୍ରମଣର ଯୋଜନା ଏବଂ କାର୍ଯ୍ୟକାରୀ କରାଯାଉଥିଲା। ପାକିସ୍ତାନର ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ବହାଓ୍ୱାଲପୁରରେ ଏୟାର ଷ୍ଟ୍ରାଇକ ପରେ ୭୦ ଜଣଙ୍କର ମୃତ୍ୟୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking