27.2 C
Bhubaneswar
Tuesday, June 9, 2026
Homeଦେଶ ବିଦେଶ ଅପରେସନ ସିନ୍ଦୂର ବିଷୟରେ ସୂଚନା ଦେଲେ କର୍ଣ୍ଣେଲ ସୋଫିଆ କ୍ୟୁରେସୀ

 ଅପରେସନ ସିନ୍ଦୂର ବିଷୟରେ ସୂଚନା ଦେଲେ କର୍ଣ୍ଣେଲ ସୋଫିଆ କ୍ୟୁରେସୀ

ନୂଆଦିଲ୍ଲୀ: ସେନା ଅପରେସନ ସିନ୍ଦୂର ସମ୍ପର୍କରେ ଏକ ପ୍ରେସ୍ ବ୍ରିଫିଂ କରିଥିଲା। ସେଥିରେ ଅପରେସନ ସିନ୍ଦୂର ବିଷୟରେ ସୂଚନା ଦେଇଥିଲେ କର୍ଣ୍ଣେଲ ସୋଫିଆ କ୍ୟୁରେସୀ। ଭାରତୀୟ ସେନା ଅଧିକାରୀ କର୍ଣ୍ଣେଲ ସୋଫିଆ କ୍ୟୁରେସୀ କହିଛନ୍ତି ଯେ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ଏହି ଅପରେସନରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇ ଧ୍ୱଂସ କରାଯାଇଥିଲା। ଅପରେସନ ସିନ୍ଦୂର ସମୟରେ, ନିରୀହ ନାଗରିକଙ୍କ କ୍ଷତି ନହେବା ପାଇଁ ଧ୍ୟାନ ଦିଆଯାଇଥିଲା।

ମାର୍ଚ୍ଚ ୨୦୨୫ରେ ଜମ୍ମୁ କାଶ୍ମୀରର ଚାରି ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ପାକିସ୍ତାନ ଭିତରେ ଥିବା ଏକ ଆତଙ୍କବାଦୀ ଶିବିରରେ ତାଲିମ ଦିଆଯାଇଥିଲା। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ମର୍କଜ ସୁଭାନାଲ୍ଲାହ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଥିଲା। ଏଠାରେ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଥିଲା। କୌଣସି ସାମରିକ ସ୍ଥାନକୁ ଟାର୍ଗେଟ କରାଯାଇ ନଥିଲା ଏବଂ କୌଣସି ସାଧାରଣ ନାଗରିକଙ୍କ ମୃତାହତ ହୋଇ ନଥିଲା।

ଭାରତୀୟ ସେନା ରାତି ୧ଟାରୁ ୧.୩୦ ପର୍ଯ୍ୟନ୍ତ ଏହି ଅପରେସନ୍ କରିଥିଲା। ନିର୍ଭରଯୋଗ୍ୟ ସୂଚନା ଆଧାରରେ ଏହି ଲକ୍ଷ୍ୟସ୍ଥଳଗୁଡ଼ିକୁ ଚୟନ କରାଯାଇଥିଲା, ଏବଂ ନିରୀହ ନାଗରିକମାନେ ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତି ସେଥିପାଇଁ ଯତ୍ନ ନିଆଯାଇଥିଲା। ଯଦି ପାକିସ୍ତାନ କିଛି କରିବାକୁ ସାହସ କରେ, ତେବେ ତାକୁ ଉଚିତ ଜବାବ ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking