ନୂଆଦିଲ୍ଲୀ: ପାକିସ୍ତାନ ସହ ପାର୍ସଲ ଆଦାନ ପ୍ରଦାନ ବନ୍ଦ । ଏନେଇ ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶ । ଉଭୟ ଆକାଶପଥ ଓ ସ୍ଥଳପଥରେ ପାର୍ସଲ ଆଦାନ ପ୍ରଦାନ ବ୍ୟାନ କରାଯାଇଛି । ସେହିପରି ଭାରତୀୟ ବନ୍ଦରକୁ ପାକିସ୍ତାନୀ ପତାକା ଲାଗିଥିବା ଜାହାଜ ଆସିବା ପାଇଁ ମନା କରାଯାଇଛି । ଭାରତୀୟ ଜାହାଜକୁ ମଧ୍ୟ ପାକିସ୍ତାନ ବନ୍ଦର ଯିବା ବାରଣ କରାଯାଇଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ମୁମ୍ବାଇ ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପାକିସ୍ତାନରୁ ସମସ୍ତ ପ୍ରକାର ଆମଦାନୀ ବ୍ୟାନ କରିଛନ୍ତି ଭାରତ ସରକାର ।ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ବ୍ୟାନ ହୋଇଛି । ପାକିସ୍ତାନରେ ଉତ୍ପନ୍ନ କିମ୍ବା ରପ୍ତାନୀ ହେଉଥିବା ସମସ୍ତ ସାମଗ୍ରୀକୁ ବ୍ୟାନ କରାଯାଇଛି । ଏନେଇ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଜାତୀୟ ସୁରକ୍ଷା ଓ ସ୍ୱାର୍ଥକୁ ରଖି ପଦକ୍ଷେପ ନିଆଯାଇଛି ବୋଲି ସ୍ପଷ୍ଟ କରିଛି ଡିଜିଏଫଟି ।










