28.1 C
Bhubaneswar
Monday, December 15, 2025
Homeଦେଶ ବିଦେଶଆଜିଠାରୁ ଆରମ୍ଭ ହେଲା ଚାରିଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ

ଆଜିଠାରୁ ଆରମ୍ଭ ହେଲା ଚାରିଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ

ହରିଦ୍ୱାର: ଚାରିଧାମ ଯାତ୍ରାର ଆଫଲାଇନ୍ ପଞ୍ଜିକରଣ ଆଜିଠାରୁ ଆରମ୍ଭ ହୋଇଛି । ମାଗଣାରେ କରିପାରିବେ ପଞ୍ଜିକରଣ । ଏହି ବର୍ଷ, ଯାତ୍ରା ପବିତ୍ର ଅକ୍ଷୟ ତୃତୀୟା (ଏପ୍ରିଲ ୩୦) ଅବସରରେ ଆରମ୍ଭ ହେବ । ଏହି ବର୍ଷ ଉତ୍ତରାଖଣ୍ଡର ଚାରିଧାମ, ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର ଦ୍ୱାର ଗତ ବର୍ଷ ଅପେକ୍ଷା ଶୀଘ୍ର ଖୋଲିବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ଗତ ବର୍ଷ ପ୍ରାୟ ୧୧ ଲକ୍ଷ ଭକ୍ତ ବଦ୍ରିନାଥ ଦର୍ଶନ କରିଥିଲେ । ସେହିପରି ୧୩.୫ ଲକ୍ଷ ଭକ୍ତ କେଦାରନାଥ ଦର୍ଶନ କରିଥିଲେ । ଚଳିତ ବର୍ଷ ଚାରିଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ ଆଜି ଆର୍ଥାତ ୨୮ ଏପ୍ରିଲରୁ ଆରମ୍ଭ ହୋଇଛି । ହରିଦ୍ୱାରରେ ୨୦ଟି ମାଗଣା ପଞ୍ଜିକରଣ କାଉଣ୍ଟର ସ୍ଥାପନ କରାଯାଇଛି ।

କାଉଣ୍ଟର ଖୋଲିବା ଏବଂ ଯାତ୍ରାର ଆଫଲାଇନ ପଞ୍ଜିକରଣ ଆରମ୍ଭ ହେବା ବିଷୟରେ ହରିଦ୍ୱାରର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁଶୀଲ ନୌଟିୟାଲ ସୂଚନା ଦେଇଛନ୍ତି । କହିଛନ୍ତି ଚାରିଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ ସୁବିଧା ଆଜିଠାରୁ ଆରମ୍ଭ ହେଇଛି । ଆମେ ପର୍ଯଟକମାନଙ୍କ ପାଇଁ ୨୦ଟି କାଉଣ୍ଟର ଯୋଗାଇଛୁ, ଯେଉଁଥିରେ ଦିବ୍ୟାଙ୍ଗ, ବୟଷ୍କ ଏବଂ ବିଦେଶୀନାଗରିକଙ୍କ ପାଇଁ ପୃଥକ କାଉଣ୍ଟର ଅନ୍ତର୍ଭୁକ୍ତ । ସେ ଆହୁରି ମଧ୍ୟ କହିଛନ୍ତି, “ଆଜି ପଞ୍ଜୀକରଣର ପ୍ରଥମ ଦିନ। ଆଜିର ପଞ୍ଜୀକରଣ ସୀମା ୧୦୦୦। ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ନିର୍ଦ୍ଦେଶ ଆଧାରରେ ଏହାକୁ ପରିବର୍ତ୍ତନ କରାଯିବ।” କାଉଣ୍ଟର ପାଖରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା।

ଚାରିଧାମ ଯାତ୍ରା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ, ଏହି ଯାତ୍ରାରେ ହିମାଳୟରେ ଥିବା ଚାରୋଟି ପବିତ୍ର ତୀର୍ଥସ୍ଥଳର ଦର୍ଶନ ଅନ୍ତର୍ଭୁକ୍ତ ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ। ‘ଚାର’ ଅର୍ଥ ଚାରି ଏବଂ ‘ଧାମ’ ଅର୍ଥ ଧାର୍ମିକ ସ୍ଥାନକୁ ବୁଝାଏ। ଏହା ବିଶ୍ୱାସ କରାଯାଏ ଯେ ଚାରିଧାମ ଯାତ୍ରା ଘଣ୍ଟାକଣ୍ଟା ଦିଗରେ ସମାପ୍ତ କରିବା ଉଚିତ। ତେଣୁ, ଯାତ୍ରା ଯମୁନୋତ୍ରୀରୁ ଆରମ୍ଭ ହୋଇ ଗଙ୍ଗୋତ୍ରୀ, ତା’ପରେ କେଦାରନାଥ ଏବଂ ଶେଷରେ ବଦ୍ରିନାଥରେ ଶେଷ ହୁଏ। ଏହି ଯାତ୍ରା ସଡ଼କ କିମ୍ବା ବିମାନ ମାଧ୍ୟମରେ ସମାପ୍ତ ହୋଇପାରିବ, ହେଲିକପ୍ଟର ସେବା ମଧ୍ୟ ଉପଲବ୍ଧ। କିଛି ଭକ୍ତ ଦୋ ଧାମ ଯାତ୍ରା କରନ୍ତି, ଯାହା ଦୁଇଟି ତୀର୍ଥସ୍ଥଳର ଯାତ୍ରା କେଦାରନାଥ ଏବଂ ବଦ୍ରିନାଥ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking