27.1 C
Bhubaneswar
Sunday, February 22, 2026
Homeଅପରାଧନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

ଧର୍ମଶାଳା: ଧର୍ମଶାଳା ଥାନା ଅଞ୍ଚଳରେ ଗତବର୍ଷ ନାବାଳିକାଙ୍କୁ ଅସଦାଚରଣ କରିଥିବା ଯୁବକକୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲଣ କରିଛି। ସୂଚନା ମୁତାବକ ଏହି ଥାନା ଅଞ୍ଚଳର ଜୈନିକା ନାବାଳିକା ଗତ ବର୍ଷ ମେ’ ମାଷ ରାତିରେ ଘର ବାହାରକୁ ଯାଇଥିବା ବେଳେ ନୀଳକଣ୍ଠପୁର ଗ୍ରାମର ଯୁଧିଷ୍ଠିର ବେହେରାଙ୍କ ପୁଅ ମୁନା ବେହେରା (୨୦) ତା ସହିତ ଅସଦାଚରଣ କରିଥିବା ନାବାଳିକା ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ଜାଣିବା ପରେ ପରିବାର ଲୋକେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଏନେଇ ଧର୍ମଶାଳା ପୁଲିସ ୪୧୦/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ହେଲେ ଅଭିଯୁକ୍ତ ମୁନା ଫେରାର ଥିବାରୁ ତାକୁ ଗିରଫ କରି ପାରିନଥିଲା। ଏବେ ସେ ଗ୍ରାମକୁ ଆସିଥିବା ପୁଲିସ ଖବର ପାଇ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking