35.8 C
Bhubaneswar
Sunday, August 2, 2026
Homeଦେଶ ବିଦେଶ୪ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିମୁଖେ କେଜ୍‌ରିଓ୍ବାଲଙ୍କ ପଦଯାତ୍ରା

୪ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିମୁଖେ କେଜ୍‌ରିଓ୍ବାଲଙ୍କ ପଦଯାତ୍ରା

ନୂଆଦିଲ୍ଲୀ: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଶନିବାର ଦାବି କରିଛନ୍ତି। ଏଥିପାଇଁ ଆବେଦନପତ୍ର ଦାଖଲ କରିବା ନିମନ୍ତେ ସେ ଆସନ୍ତା ୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିମୁଖେ ଏକ ଶୋଭାଯାତ୍ରାରେ ଯିବେ ବୋଲି ଘୋଷଣା କରିଛନ୍ତି। ଦିଲ୍ଲୀ କନ୍‌ଷ୍ଟିଚ୍ୟୁଶନ କ୍ଲବ୍‌ଠାରେ ଇ୨୦ ଇନ୍ଧନ ଉପରେ ଏକ ବୈଠକକୁ ଉଦ୍‌ବୋଧନ ଦେଇ କେଜ୍‌ରିଓ୍ବାଲ କହିଛନ୍ତି, ଆସନ୍ତା ମଙ୍ଗଳବାର ମଧ୍ୟାହ୍ନରେ ସେ ଲୋକମାନଙ୍କଠାରୁ ଆବେଦନପତ୍ର ସଂଗ୍ରହ କରିବେ ଏବଂ ପ୍ରାୟ ୧୦୦ ଜଣ ଲୋକଙ୍କ ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନ ଅଭିମୁଖେ ପଦଯାତ୍ରାରେ ଯିବେ। ଗ୍ରାହକମାନଙ୍କୁ ପେଟ୍ରୋଲ ପମ୍ପ୍‌ରେ ଇ୨୦ ଏବଂ ନିୟମିତ ପେଟ୍ରୋଲ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ଅନୁମତି ଦିଆଯାଉ। ଇ୨୦ ମିଶ୍ରିତ ପେଟ୍ରୋଲ ଦାମ୍‌ କମ୍‌ କରାଯିବାକୁ କେଜ୍‌ରିଓ୍ବାଲ ଦାବି କରିଛନ୍ତି। ଇ୨୦ ବ୍ୟବହାର କଲେ ଗାଡ଼ି ଖରାପ ହେବନାହିଁ ବୋଲି ଦର୍ଶାଉଥିବା ରିପୋର୍ଟକୁ ସରକାର ସର୍ବସାଧାରଣରେ ଶେୟାର କରିବାକୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking