23.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଡରିବା ଆରମ୍ଭ କଲା ପାକିସ୍ତାନ

ଡରିବା ଆରମ୍ଭ କଲା ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଚେତାବନୀ ଦେବା ପରେ ପାକିସ୍ତାନ ଏବେ ଡରିବା ଆରମ୍ଭ କରିଛି। ଭାରତର ପାଲଟା ଜବାବ ଆଶଙ୍କାରେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ବୁଧବାର ରୁଦ୍ଧଦ୍ୱାର ବୈଠକ ଡକାଇ ବାୟୁସେନା ଏବଂ ନୌସେନାକୁ ସଜାଗ ରହିବାକୁ ସତର୍କ କରିଥିବା ସୂଚନା ମିଳିଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ପକ୍ଷରୁ ପ୍ରଥମ ବିବୃତି ଜାରି କରାଯାଇ ଏହି ଘଟଣାରେ ତା’ର ସମ୍ପୃକ୍ତି ନାହିଁ ବୋଲି କହିଛି। ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ପହଲଗାମ ଆକ୍ରମଣରୁ ଇସଲାମାବାଦକୁ ଦୂରେଇ ରଖିବା ସହିତ ଏହି ହିଂସା ଭାରତ ବିରୋଧରେ ବଡ଼ ବିଦ୍ରୋହର ଅଂଶ ବୋଲି କହିଛି। ଭାରତରେ ବଢ଼ୁଥିବା ଆତଙ୍କବାଦ ହିଁ ଏଥିପାଇଁ ଦାୟୀ ବୋଲି ସେ କହିଛନ୍ତି। ତାଙ୍କ କହିବାନୁସାରେ ନାଗାଲାଣ୍ଡଠାରୁ କାଶ୍ମୀର ଏବଂ ମଣିପୁର ପର୍ଯ୍ୟନ୍ତ ସବୁଠି ଭାରତ ସରକାର ବିରୋଧରେ ବିଦ୍ରୋହ ଚାଲିଛି। ଏହି ଆକ୍ରମଣ ହୋମ୍ ଗ୍ରୋନ ବା ଭାରତରେ ବିକଶିତ ଆତଙ୍କବାଦ ଦ୍ୱାରା ଘଟୁଛି।

ତେବେ ପାକିସ୍ତାନର ଏହି ମିଛ ପଦାରେ ପଡିଯାଇଛି। ପାକ୍ ସେନା ମୁଖ୍ୟ ଅସିମ୍ ମୁନିର ସୋମବାର ପୂର୍ବେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, କାଶ୍ମୀର ପାକିସ୍ତାନର ଗଳାର ଶିରା। ଏହାକୁ ସୁରକ୍ଷାଦେବା ପାଇଁ ପ୍ରତ୍ୟେକ ପାକିସ୍ତାନୀ କିଛି ବି କରିପାରିବେ। ସେ ହିନ୍ଦୁଙ୍କୁ ମୁସଲିମ୍‌ଙ୍କ ଠାରୁ ଅଲଗା ବୋଲି ଅଭିହିତ କରିଥିଲେ। ତାଙ୍କ ଭାଷଣ ହିଂସାଉଦ୍ରେକାରୀ ପ୍ରତୀତ ହେଉଥିବା ବେଳେ ମାତ୍ର ଦିନକ ପରେ ପହଲଗାମ୍ ହିଂସା ଦେଖିବାକୁ ମିଳିଛି ଯେଉଁଠି ଆତଙ୍କବାଦୀମାନେ ହିନ୍ଦୁ-ମୁସଲମାନ୍ ପଚାରି ପଚାରି ୨୭ ନୀରିହ ଲୋକଙ୍କୁ ହତ୍ୟା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking