27.2 C
Bhubaneswar
Wednesday, April 15, 2026
Homeଓଡିଶାଆରମ୍ଭ ହୋଇନି ଧାଡି ଦର୍ଶନବ୍ୟବସ୍ଥା: ମନ୍ତ୍ରୀ

ଆରମ୍ଭ ହୋଇନି ଧାଡି ଦର୍ଶନବ୍ୟବସ୍ଥା: ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୃହରେ ଆଇନ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ଅଧିକାରୀଙ୍କ ବିବୃତି ଦେଇଛନ୍ତି, ଗତ ଜାନୁୟାରୀ ୨୦ ତାରିଖରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମୟସୀମା ଦିଆଯାଇଥିଲା, ବର୍ତ୍ତମାନ ଶ୍ରୀ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଚାଲୁଅଛି କି ନା, ଯଦି ନା, ଏହାର କାରଣ କଣ, କେବେଠାରୁ ଏହି ବ୍ୟବସ୍ଥା ଲାଗୁ କରା‌ଯିବ, ତାହାର ଏକ ସଠିକ ତାରିଖ ଜଣାଇବେ କି ? ଏହି ବିଳମ୍ବର ପ୍ରକୃତ କାରଣ କଣ? ବୈଷୟିକ କାରଣ ନା ସେବାୟତଙ୍କ ବିରୋଧ?ଏହାକୁ କାର୍ଯ୍ୟକରି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସେବାୟତ ଏବଂ ଅନ୍ୟାନ୍ୟ ସେବାୟତ ସଂଘର ପରାମର୍ଶ ସରକାର ନେଇଥିଲେ କି ନାହିଁ ତାହା ଜଣାଇବେ କି ?

ବିଧାୟକଙ୍କ ପ୍ରଶ୍ନର ଉତ୍ତର ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ରଖିଛନ୍ତିକହିଛନ୍ତି ଯେ ବର୍ତ୍ତମାନ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇନାହିଁ । ଧାଡି ଦର୍ଶନ ବ୍ୟବସ୍ଥା ନିମନ୍ତେ ତିଆରି କରାଯାଇଥିବା କାଠର ରାମ ଏବଂ ବାରିକେଡ ସଂସ୍ଥାପନ କରିବା ପାଇଁ ନାଟମଣ୍ଡପରେ ଥିବା ହୁଣ୍ଡିର ସ୍ଥାନାନ୍ତରର ଆବଶ୍ୟକ‌ତା ଅଛି । ହୁଣ୍ଡି ସ୍ଥାନାନ୍ତର ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ଆବଶ୍ୟକ‌ତା ଜରୁରୀ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ ନୂତନ ପରିଚାଳନା କମିଟି ଗଠନ ହୋଇନାହିଁ । ନୂତନ ପରିଚାଳନା କମିଟିର ଗଠନ ହୋଇ ପରିଚାଳନା କମିଟି ବୈଠକରେ ହୁଣ୍ଡି ସ୍ଥାନାନ୍ତର ଏବଂ ରାମ୍ପ ଓ କାଠ ବାରିକେଡ ସଂସ୍ଥାପନ କାର୍ଯ୍ୟର ଅନୁମୋଦନ ପରେ ଓ ସରକାରଙ୍କ ଅନୁମୋଦନ ପରେ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଏହି ଧାଡି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପାଇଁ ଶ୍ରୀମନ୍ଦିରର ବିଭିନ୍ନ ସେବାୟତ ନିଯୋଗ ଓ ସେବାୟତ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking