19.1 C
Bhubaneswar
Sunday, December 21, 2025
Homeଓଡିଶାଲାଞ୍ଚ ନେବା ମାମଲାରେ ପ୍ରଶାନ୍ତ ସେଠଙ୍କୁ ଚାକିରିରୁ ବହିଷ୍କାର

ଲାଞ୍ଚ ନେବା ମାମଲାରେ ପ୍ରଶାନ୍ତ ସେଠଙ୍କୁ ଚାକିରିରୁ ବହିଷ୍କାର

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଜଣେ ଚାଷୀଙ୍କ ଠାରୁ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟର ମନରେଗା ସହାୟକ ଲାଞ୍ଚ ମାଗୁଥିବା ଅଭିଯୋଗର ଖବର ତଥା ଭିଡ଼ିଓ ଟେଲିଭିଜନରେ ପ୍ରସାରିତ ହୋଇଥିଲା । ସଂପୃକ୍ତ ଭିଡ଼ିଓ ତଥା ଚାଷୀଙ୍କ ଅଭିଯୋଗକୁ ଆଧାର କରି ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟର ଅସ୍ଥାୟୀ କର୍ମଚାରୀ ପ୍ରଶାନ୍ତ ସେଠଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ତତ୍ ସହିତ, ମୃତ୍ତିକା ସଂରକ୍ଷଣ ଓଭରସିଅର ଶ୍ରୀ ପ୍ରଶାନ୍ତ ଦଳାଇ ଓ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ, ଶ୍ରୀ ସେଶଦେବ ମେହେରଙ୍କୁ ମଧ୍ୟ ଚାକିରିରୁ ନିଲମ୍ବିତ କରାଯାଇଛି । କୃଷି ବିଭାଗକୁ ଏ ବିଷୟରେ ଅବଗତ କରାଯିବା ପରେ, ମାନ୍ଯବର ଉପ ମୁଖ୍ଯମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରାଯାଇ ସଂପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଥାନାରେ ମାମଲା ମଧ୍ଯ ରୁଜୁ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking