33.1 C
Bhubaneswar
Wednesday, May 13, 2026
Homeଦେଶ ବିଦେଶମହଙ୍ଗା ହେଲା ସୁନା ଓ ରୁପା: ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୬୭...

ମହଙ୍ଗା ହେଲା ସୁନା ଓ ରୁପା: ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୬୭ ହଜାର ୮୯୦ ଟଙ୍କା

ନୂଆଦିଲ୍ଲୀ: ମହଙ୍ଗା ହେଲା ସୁନା ଓ ରୁପା । ସୁନା ଓ ରୁପା ଉପରେ ଆମଦାନି ଶୁଳ୍କ ୬ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି ହୋଇଛି । ବିଦେଶୀ କ୍ରୟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ । ସରକାର ସୁନା ଓ ରୁପା ଆମଦାନି ଉପରେ ୧୦ ପ୍ରତିଶତ ମୌଳିକ କଷ୍ଟମ୍ସ ଡ୍ୟୁଟି ଏବଂ ୫ ପ୍ରତିଶତ କୃଷି ଅବସଂରଚନା ଓ ଉନ୍ନୟନ ସେସ ଲାଗାଇଛନ୍ତି । ଯାହା ଫଳରେ ପ୍ରଭାବୀ ଆମଦାନି ଆମଦାନି ଶୁଳ୍କ ୬ ପ୍ରତିଶତରୁ ବଢି ୧୫ ପ୍ରତିଶତ ହୋଇଛି । ୨୪ କ୍ୟାରେଟ ସୁନା ଦର ଏକାଥରକେ ୧୩, ୯୧୦ ଟଙ୍କା ବୃଦ୍ଧି ହୋଇଛି । ୨୪ କ୍ୟାରେଟ ସୁନାଦର ହେଲା ୧ ଲକ୍ଷ ୬୭ ହଜାର ୮୯୦ ଟଙ୍କା   । ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୨, ୭୫୦ ଟଙ୍କାକୁ ବୃଦ୍ଧି ହୋଇଛି । ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୫୩ ହଜାର ୯୦୦ ଟଙ୍କା ରହିଛି । ଦୁଇ ଦିନ ପୂର୍ବରୁ ସୁନା ନ କିଣିବାକୁ ଆହ୍ୱାନ ଦେଇଥିଲେ ପିଏମ ମୋଦୀ । ଏହି ବିଦେଶୀ ମୂଲ୍ୟବାନ ଧାତୁ କ୍ରୟକୁ ନିୟନ୍ତ୍ରଣ କରି ଦେଶର ବିଦେଶ ମୁଦ୍ରା ସଞ୍ଚୟ ଉପରେ ଚାପ କମାଇବା ପାଇଁ କରାଯାଇଛି । ଏହି ଅଧିକ ଶୁଳ୍କ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୂଲ୍ୟବାନ ଧାତୁ ଉପରେ ଭାରତରେ ଚାହିଦା କମାଇପାରେ ତେବେ ଏହା ଏସିଆର ସବୁଠାରୁ ଖରାପ ପ୍ରଦର୍ଶନ କରୁଥିବା ମୁଦ୍ରା ଟଙ୍କାକୁ ସବଳ କରିବାରେ ସହାୟକ ହୋଇପାରେ ତେବେ ଶିଳ୍ପ ଅଧିକାରୀମାନେ ଚେତାଉଛନ୍ତି ଯେ ଅଧିକ ଆମଦାନି ଶୁଳ୍କ ପୁନର୍ବାର ଚୋରାଚାଲାଣକୁ ପ୍ରୋତ୍ସାହିତ କରିପାରେ , ଯାହା ୨୦୨୪ ମଧ୍ୟଭାଗରେ ଶୁଳ୍କ କମାଯିବା ପରେ କମିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking