29 C
Bhubaneswar
Tuesday, June 23, 2026
Homeଦେଶ ବିଦେଶପୁରୁଣା ବିବାଦରୁ ହତ୍ୟାକାଣ୍ଡ

ପୁରୁଣା ବିବାଦରୁ ହତ୍ୟାକାଣ୍ଡ

ନୂଆଦିଲ୍ଲୀ : ଏକ ପୁରୁଣା ବିବାଦକୁ ନେଇ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିବା ଅଭିଯୋଗରେ ରବିବାର ଛଅ ଜଣଙ୍କୁ ଗିରଫ କରାଯାଇଛି। ଏଭଳି ଅଭାବନୀୟ ଘଟଣା ଭିଲେ ପାର୍ଲର ପ୍ରେମ ନଗର ଅଞ୍ଚଳରେ ଘଟିଛି । ପୀଡିତ ଗୌସ ଇକଲାକ ପଟେଲଙ୍କୁ ୯ ଜଣ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ତାଙ୍କୁ ହସ୍ପିଟାଲକୁ ତୁରନ୍ତ ନିଆଯାଇଥିଲା । ଡାକ୍ତର ଖାନାରେ ପହଁଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

କିଛି ଦିନ ପୂର୍ବରୁ ପଟେଲଙ୍କର ଅଭିଯୁକ୍ତଙ୍କ ସହ ଝଗଡ଼ା ହୋଇଥିବା ଜଣାପଡ଼ିଛି। ଶନିବାର ଦିନ, ସେ ତାଙ୍କ ଭାଇ ଏବଂ ବନ୍ଧୁମାନଙ୍କ ସହିତ ମାମଲାର ସମାଧାନ ପାଇଁ ସେମାନଙ୍କୁ ଭେଟିବାକୁ ଯାଇଥିଲେ। କିନ୍ତୁ, ଆଲୋଚନା କରିବା ସମୟରେ ମାମଲା ବିଗିଡି ଯାଇ ଉଗ୍ର ରୂପରେ ପରିଣତ ହୋଇଥିଲା , ଯେଉଁ ସମୟରେ ପଟେଲଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା । ରିପୋର୍ଟ ଅନୁଯାୟୀ, ଛଅ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ତିନି ଜଣ ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking