21.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ; ଆମେରିକା ଛାଡିବେ ୪ ଦେଶର ୫.୩ ନିୟୁତ ପ୍ରବାସୀ

ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ; ଆମେରିକା ଛାଡିବେ ୪ ଦେଶର ୫.୩ ନିୟୁତ ପ୍ରବାସୀ

ୱାଶିଂଟନ: ଆମେରିକାର ପ୍ରବାସ ନୀତି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି କ୍ରମେ କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲା ଭଳି ପ୍ରାୟ ୪ ଦେଶର ନାଗରିକଙ୍କୁ ଏବେ ଆମେରିକା ଛାଡିବାକୁ ହେବ। ଆମେରିକା ପକ୍ଷରୁ ମିଳିଥିବା ସୂଚନାନୁସାରେ ଏହି ୪ ଦେଶର ପ୍ରାୟ ୫.୩ ଲକ୍ଷ ପ୍ରବାସୀ ଆମେରିକାରେ ବସବାସ କରୁଥିବା ବେଳେ ବର୍ତ୍ତମାନ ସମୟ ସୁଦ୍ଧା ସେମାନଙ୍କର ଆଇନଗତ ସୁରକ୍ଷା ଶେଷ ହୋଇଛି। ତେବେ ଆମେରିକା ସରକାରଙ୍କ ନିଷ୍ପତ୍ତି ଅନୁୁଯାୟୀ, ଏବେ ଏହି ପ୍ରବାସୀମାନଙ୍କୁ ଆଗାମୀ ଗୋଟିଏ ମାସ ମଧ୍ୟରେ ଆମେରିକା ଛାଡ଼ିବାକୁ ପଡ଼ିବ।

ଆମେରିକା ଗୃହ ସୁରକ୍ଷା ବିଭାଗ ଅନୁଯାୟୀ, ଏହି ଦେଶଗୁଡ଼ିକର ପ୍ରବାସୀ ଅକ୍ଟୋବର ୨୦୨୨ରେ ଆର୍ôଥକ ପ୍ରାୟୋଜକଙ୍କ ସହିତ ଆମେରିକାରେ ପ୍ରବେଶ କରିଥିଲେ। ସେମାନଙ୍କର ପାରୋଲ ସ୍ଥିତି ବର୍ତ୍ତମାନ ସମାପ୍ତ ହୋଇଯିବ। ପୂର୍ବରୁ ସେମାନଙ୍କୁ ଆମେରିକାରେ ରହିବା ଏବଂ କାମ କରିବା ପାଇଁ ଦୁଇ ବର୍ଷର ଅନୁମତି ଦିଆଯାଇଥିଲା। ଯାହା ଆଉ ଆଇନଗତ ଆଗକୁ ବଢ଼ାଯିବ ନାହିଁ। ସୁତରାଂ ଏବେ ଏମାନଙ୍କ ପାଇଁ ଆମେରିକା ଛାଡିବା ଏକମାତ୍ର ବିକଳ୍ପ ହୋଇ ରହିଯାଇଛି।

ପ୍ରକାଶ, ମାନବିକ ପାରୋଲ ବ୍ୟବସ୍ଥା ହେଉଛି ଏକ ଆଇନଗତ ପ୍ରକ୍ରିୟା ଯାହା ଯୁଦ୍ଧ କିମ୍ବା ରାଜନୈତିକ ଅସ୍ଥିରତା ଅନୁଭବ କରୁଥିବା ଦେଶର ନାଗରିକମାନଙ୍କୁ ଅସ୍ଥାୟୀ ଭାବରେ ଯୁକ୍ତରାଷ୍ଟ୍ରରେ ପ୍ରବେଶ ଏବଂ ବାସ କରିବାକୁ ଅନୁମତି ଦେବା ପାଇଁ ବ୍ୟବହୃତ ହୁଏ। ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳ ସମୟରେ, କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାର ନାଗରିକମାନଙ୍କୁ ଏହି ନୀତି ଅନୁଯାୟୀ ଆମେରିକା ଆସିବାକୁ ଅନୁମତି ଦିଆଯାଇଥିଲା। ତେବେ ଏହି ବ୍ୟବସ୍ଥାର ଅପବ୍ୟବହାର ଅଭିଯୋଗ ଆଣି ଟ୍ରମ୍ପ ପ୍ରଶାସନ ଏହି ବ୍ୟବସ୍ଥାକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳସ୍ୱରୂପ, ଏହି ପ୍ରକ୍ରିୟାର ଅଧୀନରେ ଥିବା ଲୋକମାନଙ୍କୁ ଏପ୍ରିଲ ୨୪ ପରେ ଆମେରିକା ଛାଡିବାକୁ କୁହାଯାଇଛି। ଯାହା ଫଳରେ ବଡ଼ ଧରଣର ନିର୍ବାସନର ଆଶଙ୍କା ବୃଦ୍ଧି ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking