ନୂଆଦିଲ୍ଲୀ : ଆଗାମୀ ଆଇପିଏଲ ମ୍ୟାଚ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ନୂତନ ଅଧିନାୟକ ଭାବେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ନିଯୁକ୍ତ କରାଯାଇଛି । ଶୁକ୍ରବାର ଦିନ ଏହାର ଘୋଷଣା କରାଯାଇଥିଲା । ଯାହା ଫ୍ରାଞ୍ଚାଇଜ ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା । କେ ଏଲ୍ ରାହୁଲ ଅଧିନାୟକ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଅକ୍ଷରଙ୍କୁ ଫ୍ରାଞ୍ଚାଇଜ୍ ଅଧିନାୟକ ଘୋଷଣା କରିଛି ।
୨୦୧୯ରୁ ଦିଲ୍ଲୀ କ୍ୟାପିଟାଲ୍ସରୁ ଖେଳି ଆସୁଛନ୍ତି ଅକ୍ଷର ପଟେଲ । ଅକ୍ଷରଙ୍କ ପାଖରେ ଅଧିନାୟକତ୍ୱ କରିବାର ଅଭିଜ୍ଞତା ନାହିଁ । ତଥାପି ଦଳ ତାଙ୍କୁ ଅଧିନାୟକ ଭାବେ ଘୋଷଣା କରିଛି । ଏହିବର୍ଷ ଇଂଲଣ୍ତ ବିପକ୍ଷ ସିରିଜରେ ଟିମ୍ ଇଣ୍ତିଆର ଉପଅଧିନାୟକ ଦାୟିତ୍ୱ ଅକ୍ଷରଙ୍କୁ ଦିଆଯାଇଥିଲା । ୨୦୨୪-୨୫ ମୁସ୍ତାକ୍ ଅଲ୍ଲୀ ଏବଂ ବିଜୟ ହଜାରେ ଟ୍ରଫିରେ ସେ ଗୁଜରାଟ ପକ୍ଷରୁ ଅଧିନାୟକ ଭାର ସମ୍ଭାଳି ଥିଲେ । ପୂର୍ବବର୍ଷ ଆଇପିଏଲରେ ଋଷଭ ଗୋଟିଏ ମ୍ୟାଚରେ ବ୍ୟାନ ଥିବା ବେଳେ ସେ କ୍ୟାପ୍ଟେନସିପ୍ କରିଥିଲେ ।
ଅଧିନାୟକ ନିଯୁକ୍ତ ହେବା ପରେ, ଅକ୍ଷର କହିଛନ୍ତି, ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ହେବା ମୋର ସମ୍ପୂର୍ଣ୍ଣ ସମ୍ମାନର କଥା, ଏବଂ ମୋ ଉପରେ ବିଶ୍ୱାସ ରଖିବା ପାଇଁ ମୁଁ ଆମର ମାଲିକ ଏବଂ ସମର୍ଥନ କର୍ମଚାରୀଙ୍କ ପ୍ରତି ଗଭୀର କୃତଜ୍ଞ । ମୁଁ ଥିବା ସମୟରେ ଜଣେ କ୍ରିକେଟର ଏବଂ ଜଣେ ମଣିଷ ଭାବରେ ବଢ଼ିଛି , ଏବଂ ମୁଁ ଆଗକୁ ଏହି ଦଳକୁ ନେତୃତ୍ୱ ଦେବା ପାଇଁ ପ୍ରସ୍ତୁତ ଏବଂ ଆତ୍ମବିଶ୍ୱାସୀ ଅନୁଭବ କରୁଛି ।