ଭୁବନେଶ୍ୱର : ଡି ଲିମିଟେସନରେ ନବୀନ ପଟ୍ଟନାୟକ ଯୋଗ ଦେବା ପ୍ରସଙ୍ଗରେ ବିଜେଡିକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଟାର୍ଗେଟ କରିଛନ୍ତି । ନିଜ ଛାଇ ଦେଖି ବିଜେଡି ଡରିବା ଆରମ୍ଭ କଲାଣି । ଡିଲିମିଟେସନ କେଉଁ ଦଳର ପୈତୃକ ସମ୍ପତ୍ତି ନୁହେଁ । ଡିଲିମିଟେସନ ପୂର୍ୱରୁ ବିରୋଧୀ ଏତେ ଛାନିଆ କାହିଁକି ? ଡିଲିମିଟେସନ ନ୍ୟାୟିକ ପରିଧି ଭିତରେ ହେବା କଥା । କୌଣସି ରାଜନୈତିକ ଦଳ ପ୍ରଭାବିତ ହେଲା ଭଳି ଲାଗୁନି ।