30.1 C
Bhubaneswar
Thursday, May 21, 2026
Homeଓଡିଶାପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ

ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ । ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ ହୋଇଛି । ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ orissaresults.nic.in, chseodisha.nic.in ୱେବସାଇଟ୍ ମାଧ୍ୟମରେ ନିଜର ରୋଲ୍ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ଦେଇ ରେଜଲ୍ଟ ଚେକ୍ କରିପାରିବେ । ଚଳିତ ବର୍ଷ ଯୁକ୍ତ ୨ ପାସ ହାର ୮୫.୮୫% ରହିଛି । କଳାରେ ଛାତ୍ରଛାତ୍ରୀଙ୍କର ପାସ ହାର ୮୪.୫୦ % ରହିଥିବା ବେଳେ ବାଣିଜ୍ୟ ରେ ପାସହାର ୮୮.୦୭ % , ବିଜ୍ଞାନରେ ପାସ ହାର ୮୮.୮୦ %, ଧନ୍ଦାମୂଳକ ଶିକ୍ଷାରେ ପାସ ହାର ୭୭.୬୨ % ରହିଛି ।  ଏନେଇ ସିଏଚଏସଇ ଅଫିସରେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ କଳାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ଛାତ୍ରଙ୍କ ପାସ ହାର ୭୭.୯୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ ହାର ୮୯. ୪୫ ପ୍ରତିଶତ ରହିଛି । ଚଳିତ ବର୍ଷ ଯୁକ୍ତ ୨ ପାସ ହାର ୮୫.୮୫% ରହିଛି । କଳାରେ ଏୱାନରେ ୬୧୪ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସମ୍ବଲପୁରରେ କଳାରେ ସବୁଠୁ ଭଲ ରେଜଲ୍ଟ ହୋଇଛି । ପାସ ହାର ୮୯ ପ୍ରତିଶତ ରହିଛି । ସେହିପରି ନବରଙ୍ଗପୁରରେ କଳାରେ ସବୁଠୁ କମ ୭୭.୧୪ ପ୍ରତିଶତ ରହିଛି । ଚଳିତ ବର୍ଷ ୩ ଲକ୍ଷ ୯୮ ହଜାର ୯୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ୩ ଲକ୍ଷ ୪୧ ହଜାର ୭୭୮୧ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଗତ ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଅନୁଷ୍ଠିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking