ଭୁବନେଶ୍ୱର: ରାଜରାସ୍ତାକୁ ଓହ୍ଲାଇଲେ ପାଚିକା ମହାସଂଘ । ଲୋୟର ପିଏମଜିରେ ନିଖିଲ ଓଡିଶା ମଧ୍ୟାହ୍ନଭୋଜନ ପାଚିକା ମହାସଂଘଙ୍କ ରଣହୁଙ୍କାର । ୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ସଂଘ । ମାସିକ ୧୩,୫୦୦ ଟଙ୍କା ପାରିଶ୍ରମିକ ଦେବାକୁ ଦାବି କରିଛି ସଂଘ । ଶତାଧିକ ମହିଳା ହାତରେ ପୋଷ୍ଟର ଧରି ଲୋୟର ପିଏମଜିରେ ଧାରଣାକୁ ଓହ୍ଲାଇଛନ୍ତି । ଦାବି ଅନୁସାରେ ପୂର୍ବରୁ ୨୦୦୦ ମସିହାରୁ ଏକ ଶହ ଟଙ୍କାରେ କାମ କରୁଥିଲେ ଏବେ ୨୦୦୦ ଟଙ୍କା ପାରିଶ୍ରମିକ ମିଳୁଛି । ୨ହଜାର ଟଙ୍କାରେ ଗୋଟେ ପରିବାର କେମିତି ଚଳିବ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପାଚିକା ସଂଘ । ଏବଂ ମାସକୁ ୧୩,୫୦୦ ଟଙ୍କା ଦେବାକୁ ଦାବି କରିଛନ୍ତି ।










