ଭୁବନେଶ୍ୱର : ବିଜୁଙ୍କୁ ଅସମ୍ମାନ ଅଭିଯୋଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେଡି । ଦାବି ପତ୍ର ପ୍ରଦାନ କରିଛନ୍ତି ବିଜେଡି ପ୍ରତିନିଧି ଦଳ । ବିଦୁବାବୁଙ୍କ ଜୟନ୍ତୀଙ୍କୁ ପଞ୍ଚାୟତିରାଜ ଦିବସ ଭାବେ ପୁନଃପ୍ରତିଷ୍ଠା କର । ଏହା ସାରା ଓଡିଶା ଜାତି ପ୍ରତି ଅପମାନ କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । କହିଛନ୍ତି ରାଜ୍ୟପାଳଙ୍କୁ ଅନୁରୋଧ କରିଛୁ ଏହା ଉପରେ ବିଚାର କରିବେ । ରାଜ୍ୟପାଳଙ୍କୁ ଭେଟିବା ପରେ ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି ।










