22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଫ୍ଲୋରିଡାରେ ଭାରତୀୟ ନର୍ସଙ୍କୁ ମାରଣାତ୍ମକ ଆକ୍ରମଣ

ଫ୍ଲୋରିଡାରେ ଭାରତୀୟ ନର୍ସଙ୍କୁ ମାରଣାତ୍ମକ ଆକ୍ରମଣ

ଫ୍ଲୋରିଡା: ଫ୍ଲୋରିଡାରେ ଜଣେ ଭାରତୀୟ ନର୍ସଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ୱେଲିଂଟନରେ ରହୁଥିବା ୬୭ ବର୍ଷୀୟ ଲିଲାମା ଲାଲ୍ ନାମକ ଜଣେ ପ୍ରବାସୀ ଭାରତୀୟ ନର୍ସଙ୍କୁ ଷ୍ଟିଫେନ୍ ନାମକ ଜଣେ ୩୩ ବର୍ଷୀୟ ଯୁବକ ଆକସ୍ମିକ ଭାବେ ଆକ୍ରମଣ କରିବା ସହ ଲହୁଲୁହାଣ କରିପକାଇଛି। ଯଦିଓ ଆକ୍ରମଣକାରୀକୁ ସ୍ଥାନୀୟ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି, ଏପ୍ରକାର ଆକ୍ରମଣ କରିବା ପଛର କାରଣ କିନ୍ତୁ ଜଣାପଡିନାହିଁ। ଗୁରୁତର ଅବସ୍ଥାରେ ନର୍ସ ଲିଲାମା ଲାଲ୍‌ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡିଛି। ସ୍ଥାନୀୟ ପୋଲିସ୍ ସୂଚନା ଅନୁସାରେ ଲିଲାମା ଏଠାକାର ଏକ ହସ୍ପିଟାଲରେ ନର୍ସ ଭାବେ ଦୀର୍ଘ ୨୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାମ କରିଆସୁଛନ୍ତି।

ତେବେ ମଙ୍ଗଳବାର ବିଳମ୍ବିତ ରାତିରେ କାମ ସାରି ସେ ଘରକୁ ଫେରୁଥିବା ସମୟରେ ହଠାତ ଜଣେ ଯୁବକ ତାଙ୍କ ନିକଟକୁ ଚାଲିଯାଇ ତାଙ୍କୁ ଗାଳିଗୁଳଜ କରିଥିଲେ। ଏପରିକି ବର୍ଣ୍ଣବୈଷ୍ଣମ୍ୟତାକୁ ନେଇ ଟିପ୍ପଣୀ ମଧ୍ୟ କରିଥିଲା। ଲିଲାମାନ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତଜଣକ ତାଙ୍କୁ ଲୁହାରଡରେ ପିଟିବା ସହ ତାଙ୍କ ମୁହଁ ହାଡକୁ ଭାଙ୍ଗିଦେଇଥିଲେ। ତେବେ ଅଭିଯୁକ୍ତ ଷ୍ଟିଫେନ୍ ଜଣେ ମାନସିକ ବିକୃତ ରୋଗୀ ଏବଂ ଭାରତୀୟଙ୍କ ପ୍ରତି ତା’ର ଘୃଣାଭାବ ରହିଛି ବୋଲି ପୋଲିସ୍ ଜାଣିବାକୁ ପାଇଛି। ବିଦେଶରେ ବିଶେଷ କରି ଆମେରିକାରେ ଭାରତୀୟଙ୍କ ଉପରେ ଏପ୍ରକାର ଆକ୍ରମଣ ଘଟଣା ବଢ଼ିଚାଲିଥିବା ବେଳେ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ରହିଥିବା ସମ୍ପର୍କ ପ୍ରଭାବିତ ହେବାରେ ଲାଗିଛି। ୨୦୨୩ରେ ଆମେରିକାର ବିଭିନ୍ନ ରାଜ୍ୟରେ ପ୍ରାୟ ୧୮ଜଣ ଭାରତୀୟଙ୍କୁ ହତ୍ୟା କରାଯାଇଥିବା ବେଳେ ୨୦୨୫ ଆରମ୍ଭରୁ ମଧ୍ୟ ସମାନ ଘଟଣା ପୁଣି ଘଟିବା ଚିନ୍ତାର ବିଷୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking