16.1 C
Bhubaneswar
Saturday, December 6, 2025
Homeଓଡିଶାକୁଆ ପଥର ମାଡରେ ଉଜାଡି ଗଲା ଫସଲ

କୁଆ ପଥର ମାଡରେ ଉଜାଡି ଗଲା ଫସଲ

ମୟୁରଭଞ୍ଜ: ଅଦିନିଆ ବର୍ଷା ସାଙ୍ଗକୁ କୁଆ ପଥର ମାଡ ଚାଷୀଙ୍କ ମେରୁ ଦଣ୍ଡ ଦୋହଲାଇ ଦେଇଛି l ଗତ ଶୁକ୍ରବାର ଦିନ ଅପରାହ୍ନ ରେ ହଠାତ ମାଡ଼ି ଆସିଲା କଳାହାଣ୍ଡିଆ ମେଘ l ଛେଚିଲା ବର୍ଷା l ବର୍ଷା ହେବା ଫଳରେ ଚାଷୀ ଖୁସି ଥିଲେ l କିନ୍ତୁ ବର୍ଷା ସାମାନ୍ୟ କମିଲା ବେଳକୁ କଚାଡିଲା କୁଆ ପଥର l କ୍ଷଣିକ ମଧ୍ୟରେ ପନିପରିବା ଚାଷକୁ ନଷ୍ଟ କରିଦେଲା l ଗତ ଖରିଫ୍ ଋତୁରେ କମ୍ ବୃଷ୍ଟିପାତ ଯୋଗୁଁ ପ୍ରଭାବିତ ହୋଇଥିଲା l ଧାନ ଚାଷ ଏଣୁ ରବି ଫସଲରେ ଚାଷ କରି ଖରିଫ୍ ଋତୁର କ୍ଷତି ଭରଣା ଆଶା ରଖିଥିଲେ ଚାଷୀ l କିନ୍ତୁ ଦଇବ ଦାଉ ସାଧିଲା l କୁଆ ପଥର ମାଡରେ ଉଜାଡି ଦେଲା ଫସଲ l ଆଉ ଦିନ କେଇଟାର ଫସଲକୁ ବଜାରରେ ବିକ୍ରି କରିଥାନ୍ତା ଚାଷୀ l ବାଇଗଣ, ବିଲାତି, ଲାଉ, କଖାରୁ, କାକୁଡି, ତରଭୁଜ, ପିଆଜ ଭଳି ପନିପରିବା ଚାଷ ସବୁ ନଷ୍ଟ କରି ଦେଇଛି l ଏଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହୋଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking