24.1 C
Bhubaneswar
Friday, February 13, 2026
Homeଓଡିଶାଯୁକ୍ତ ଦୁଇ ପରୀକ୍ଷା : ପ୍ରଥମ ଦିନ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ, ଏମ୍‌ପି ତାଲିକା...

ଯୁକ୍ତ ଦୁଇ ପରୀକ୍ଷା : ପ୍ରଥମ ଦିନ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ, ଏମ୍‌ପି ତାଲିକା ଶୂନ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ +୨ ପରୀକ୍ଷା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପୂବର୍ରୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ôଚ ଥିଲେ। ୧୫ମିନିଟ୍ ପୂର୍ବରୁ ସେମାନେ ହଲ୍‌କୁ ପ୍ରବେଶ କରିଥିଲେ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟରେ ସବୁଠି ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯାଇଥିଲା। ତେବେ ପ୍ରଥମ ଦିନ ରାଜ୍ୟର କୌଣସି ପରୀକ୍ଷାକେନ୍ଦ୍ରରେ କପି ହୋଇନାହିଁ। ଫଳରେ ଏମ୍‌ପି ବା ମାଲପ୍ରାକ୍ଟିସରେ କାହାରିକୁ ବୁକ୍ କରାଯାଇନାହିଁ। ପ୍ରଥମ ଦିନ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଥିବା +୨ ପରିଷଦର ପରୀକ୍ଷାନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ ପରିଡା ସୂଚନା ଦେଇଛନ୍ତି।

ପରୀକ୍ଷାର ସୁପରିଚାଳନା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ସକାଳ ସାଢ଼େ ୮ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଥିଲା। ଚଳିତବର୍ଷ ପରୀକ୍ଷା ହଲ୍‌ରେ ସିସିଟିଭି ଲାଗିବା ସହ କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଲାଗି ଅନେକ ସୁଧାର ଆସିଥିବା ଦେଖିବାକୁ ମିଳିଥିଲା। ଚଳିତଥର ପ୍ରଥମଥର ପାଇଁ କରାଯାଇଥିବା ସେଣ୍ଟ୍ରାଲ୍ ସ୍କ୍ୱାଡ୍ ଜିଲ୍ଲା ମୁଖ୍ୟାଳୟରେ ରହି ଅଚାନକ କଲେଜ ଗସ୍ତ ମଧ୍ୟ କରିଛନ୍ତି। ଚଳିତବର୍ଷ ମୋଟ୍ ୧୨୭୬ଟି ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ୩ଲକ୍ଷ ୯୩ହଜାର ୬୧୮ପିଲା ପରୀକ୍ଷା ଦେଉଛନ୍ତି। କଳାରେ ସର୍ବାଧିକ ୨ଲକ୍ଷ ୪୭ହଜାର ୩୯୧ଜଣ ଫର୍ମପୂରଣ କରିଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୧୪ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୭୨୧ଜଣ ପିଲା ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking