ଭୁବନବେଶ୍ୱର : ରାଜ୍ୟରେ ୨୦୨୦ରୁ ୨୦୨୪ ମଧ୍ୟରେ ୮୪୦୩ ଶିଶୁ ନିଖୋଜ ଅଛନ୍ତି । ମୋଟ ୩୬ ହଜାର ୪୨୦ ଜଣ ମହିଳା ନିଖୋଜ ଅଛନ୍ତି । ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୮ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏହା ସହିତ ରାଜ୍ୟରେ ଦିନକୁ ଦିନ ବଢୁଛି ଅପରାଧିକ କାଯ୍ୟକଳାପ । ୨୦୨୩ ତୁଳନାରେ ୨୦୨୪ରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ହୋଇଛି । ୨୦୨୪ରେ ୨, ୧୪ , ୧୧୩ ଗୋଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ କରାଯାଇଥିଲା । ୨୦୨୩ରେ ୧,୯୯ , ୯୫୪ ଗୋଟି ଅପରାଧ ପଞ୍ଜିକୃତ ହୋଇଥିଲା ।










