ଭୁବନେଶ୍ୱର : ମୋ ବସ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଛି । ଏମସରେ ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି । ଗତ ଶୁକ୍ରବାର ପାତ୍ରପଡାରେ ଦୁର୍ଘଟଣା ଘଟିଥିଲା । ଶହେ ମିଟର ଯାଏଁ ସ୍କୁଟିକୁ ଘୋଷାଡି ନେଇଥିଲା ମୋ ବସ । ଯୁବତୀଙ୍କ ମୃତ୍ୟୁ ହୋଇଥିଲା ବେଲେ ମାଆ ଗୁରୁତର ହୋଇଥିଲେ । ଆଜି ତିକିତ୍ସାଧିନ ଅବସ୍ଥାରେ ମା’ ଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଘର ଫୁଲବାଣୀ , ଭୁବନେଶ୍ୱରରେ ରହୁଥିଲେ ।










