19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶ୪୮୭ ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କୁ ପଠାଇବ ଆମେରିକା

୪୮୭ ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କୁ ପଠାଇବ ଆମେରିକା

ନୂଆଦିଲ୍ଲୀ: ଆମେରିକାରୁ ନିର୍ବାସିତ ହୋଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଥିବା ପ୍ରବାସୀ ଭାରତୀୟଙ୍କ ସମ୍ପର୍କରେ ଶୁକ୍ରବାର ସୂଚନା ଦେଇଛନ୍ତି ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି। ଶ୍ରୀ ମିସ୍ରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଆମେରିକା ଭାରତକୁ ଏପରି ୪୮୭ଜଣ ସମ୍ଭାବ୍ୟ ଭାରତୀୟ ନାଗରିକଙ୍କ ବିଷୟରେ ଅବଗତ କରିଛି ଯେଉଁମାନେ ଭାରତ ଫେରିବେ। ଏମାନେ ବେଆଇନ୍ ଭାବେ ଦୀର୍ଘ ସମୟ ଧରି ଆମେରିକାରେ ବସବାସ କରୁଥିବା ବେଳେ ଏମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଭାରତ ପଠାଇବାକୁ ଆମେରିକା ପ୍ରଶାସନ ଯୋଜନା କରିଛି।

ତେବେ ବେଆଇନ ପ୍ରବାସୀ ଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଭାରତ ସରକାର ଟ୍ରମ୍ପ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି ବୋଲି ଶ୍ରୀ ମିସ୍ରି ଏହି ଅବସରରେ ସୂଚନା ଦେଇଛନ୍ତି। ସେହିପରି ଆମେରିକାରୁ ଭାରତ ଫେରିଥିବା ଭାରତୀୟ ପ୍ରବାସୀଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ନେଇ ମଧ୍ୟ ସେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଦୁର୍ବ୍ୟବହାର ପ୍ରସଙ୍ଗରେ ସଚିବ ବିକ୍ରମ ମିସ୍ରି କହିଛନ୍ତି, ଏହା ଏକ ବୈଧ ପ୍ରସଙ୍ଗ ଏବଂ ନିର୍ବାସିତଙ୍କ ପ୍ରତି ଯେପରି କୌଣସି ପ୍ରକାର ଅମାନବୀୟ ବ୍ୟବହାର ନ ହେଉ ସେନେଇ ଆମେରିକୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ ଜାରି ରଖିବୁ। ଆମ ଦୃଷ୍ଟିକୁ ଆସୁଥିବା ଦୁର୍ବ୍ୟବହାରର ଯେକୌଣସି ମାମଲାକୁ ଆମେ ଉଠାଇବା ଜାରି ରଖିବୁ । ବେଆଇନ ପ୍ରବାସକୁ ପ୍ରୋତ୍ସାହନ ଦେଉଥିବା ଅନ୍ତର୍ନିହିତ ଇକୋସିଷ୍ଟମ ବିରୋଧରେ ସମଗ୍ର ବ୍ୟବସ୍ଥାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking