25.1 C
Bhubaneswar
Saturday, February 14, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ବ୍ୟାସନଗର ଗସ୍ତବେଳେ ଭତ୍ତାସଂଘର୍ଷ ସମିତି ପକ୍ଷରୁ ଗଣସତ୍ୟାଗ୍ରହ

ମୁଖ୍ୟମନ୍ତ୍ରୀଙ୍କ ବ୍ୟାସନଗର ଗସ୍ତବେଳେ ଭତ୍ତାସଂଘର୍ଷ ସମିତି ପକ୍ଷରୁ ଗଣସତ୍ୟାଗ୍ରହ

ଯାଜପୁର: ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଆଜି ବ୍ୟାସନଗର ଅଂଚଳ ରେ ଥିବା ବିଭିନ୍ନ ପ୍ରକଳ୍ପ ଶୁଭଉଦଘାଟନ କରିବା ସହ ସୁଭଦ୍ରା ଯୋଜନା ର ଚତୁର୍ଥ ପର୍ଯାୟ ଅର୍ଥ ପଠାଇବା ପରିପ୍ରେକ୍ଷୀରେ ଥିବା କାର୍ଯ୍ୟକ୍ରମ ବେଳେ ଓଡିଶା ଭତ୍ତାପ୍ରଦାନ ସଂଘର୍ଷ ସମିତି ଆହ୍ୱାନ ରେ ସ୍ଥାନୀୟ ଗୋପବନ୍ଧୁ ଛକ ସ୍ଥିତ ତାଙ୍କର ପତିମୂର୍ତ୍ତି ସମ୍ମୁଖ ରେ ମୁଖ୍ୟମନ୍ତ୍ରୀ ଯେପରି କେନ୍ଦୁଝର ଠାରେ ଭତ୍ତା ବୃଦ୍ଧି ଘୋଷଣା କଲେ ଠିକ ସେହିପରି ବ୍ୟାସଭୂମି ଓ ବିରଜାକ୍ଷେତ୍ର କୁ ଆସିଥିବାରୁ ମାସିକ ୩ ହଜ଼ାର ଟଙ୍କା ସମସ୍ତ ହିତାଧିକାରୀ ଙ୍କ ପାଇଁ ଘୋଷଣା କରିବା ଦାବି ରେ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଙ୍କ ନେତୃତ୍ୱ ରେ ଗଣସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା, ଏହି ସତ୍ୟାଗ୍ରହରେ ନାରାୟଣ ଚନ୍ଦ୍ର ନାୟକ ନିରଞ୍ଜନ ପରିଡା ସଞ୍ଜୁଲତା ନାୟକ ଉତ୍ତମ ମହାନ୍ତି ବିଦ୍ୟାଧର ଯେନା ମହେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଙ୍କ ପ୍ରତିବାଦ କରି ସରକାର ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତି ଅନୁଯାଇ ସମସ୍ତ ଭତ୍ତାଧାରୀ ଙ୍କୁ ୩ ହଜ଼ାର ଟଙ୍କା ପ୍ରଦାନ ନକଲେ ବିଧାନସଭା ଘେରାଉ କରିବା ସହିତ ବି. ଜେ. ପି. ନେତା ଙ୍କ ସଭାସମିତି ଗୁଡିକରେ ପ୍ରତିବାଦ କରାଯିବାକୁ ଚିତାବନୀ ଦେଇଥିଲେ ‘ ଭତ୍ତା ସଂଘର୍ଷ ସମିତି ର ଗଣସତ୍ୟାଗ୍ରହ କୁ ଏଡାଇଦେଇ ଅନ୍ୟ ରାସ୍ତା ଦେଇଚାଲିଗଲେ ବୋଲି ରାଜ୍ୟସଭାପତି ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking