29.1 C
Bhubaneswar
Wednesday, April 23, 2025
Homeଓଡିଶାପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

କଳାହାଣ୍ଡି: ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗୀତା ଭବନ ଚିର୍କା ଯିବା କେନାଲ ରାସ୍ତା ପାଖରେ ଥିବା ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ଜୟପାଟଣା ବ୍ଲକ ପଡାର ସିତରାମ ନାଏକଙ୍କ ପୁଅ ପ୍ରମୋଦ ନାଏକ ବୋଲି ଜଣାପଡ଼ିଛି । ପରିବାର ପକ୍ଷରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଅଭିଯୋଗ ହୋଇଛି । ପରିବାର ଲୋକଙ୍କ କହିବା ମୁତାବକ ଗତକାଲି ରାତିରେ କେହି ଜଣେ ଫୋନ କରି ଡାକିଥିଲୋ । କିନ୍ତୁ ସକାଳୁ ଏକ ନିଛାଟିଆ ପୋଖରୀରୁ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା । ପରିବାର ଲୋକଙ୍କ କହିବା ମୁତାବକ ପୂର୍ବରୁ ଧନୁଯାତ୍ରାରେ କିଛି ଲୋକଙ୍କ ସହ ଝଗଡା ହୋଇଥିଲା। ସେହି ଝଗଡାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking