16.1 C
Bhubaneswar
Tuesday, December 9, 2025
Homeଓଡିଶାରାଜଧାନୀରେ ଗର୍ଜିଲା କଂଗ୍ରେସ

ରାଜଧାନୀରେ ଗର୍ଜିଲା କଂଗ୍ରେସ

ଭୁବନେଶ୍ୱର : ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କ ଗିରଫ ଦାରି ପ୍ରତିବାଦରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ  ବିକ୍ଷୋଭ । କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ କଂଗ୍ରେସ ନେତୃବୃନ୍ଦ ଏକ ଘଣ୍ଟା ଧରି ମାଷ୍ଟର କ୍ୟାଣ୍ଟିନ ଛକ ଅବରୋଧ କରି ରଖୁଥିଲେ। ଏହି ଅବସରରେ ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ବିଜେପି ସରକାର ଓଡ଼ିଶାରେ ବିରୋଧୀ ଦଳମାନଙ୍କର ସାମ୍ବିଧାନିକ ଅଧିକାର ଛଡ଼େଇ ନେଇଛନ୍ତି । ଛାତ୍ର କଂଗ୍ରେସ ସଭାପତି ଶ୍ରୀ ପ୍ରଧାନଙ୍କୁ ମୋହନ ସରକାର ଅଗଣତାନ୍ତ୍ରିକ ଭାବେ ଜେଲରେ ଭର୍ତ୍ତି କରିଛନ୍ତି। ଓଡ଼ିଶାରେ ନାଜିବାଦ ଓ ଫାସିବାଦର ଶାସନ ଚାଲିଛି। ନାଥୁରାମ ପନ୍ଥି ଆର.ଏସ୍.ଏସ୍. ମୁଖ୍ୟ ମୋହନ ଭାଗବତଙ୍କୁ ଛାତ୍ର କଂଗ୍ରେସ ସଭାପତି ଓ କର୍ମକର୍ତ୍ତାମାନେ କଳା ପତାକା ପ୍ରଦର୍ଶନ କଲେ। ଯାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସେଭଳି ଦଣ୍ଡନୀୟ ନୁହେଁ । ମାତ୍ର ମୋହନ ସରକାର ଏହାକୁ ହଜମ କରିପାରିଲେ ନାହିଁ । ଏଠି ଗାନ୍ଧୀ ହତ୍ୟାକାରୀଙ୍କ ସରକାର ଚାଲିଛି। ମୋହନ ଭାଗବତ ରାଷ୍ଟ୍ରନାୟକ ମାନଙ୍କର ତ୍ୟାଗ ଓ ତୀତିକ୍ଷାକୁ ଅବମୂଲ୍ୟାୟନ କରୁଛନ୍ତି । ୧୯୪୭ ମସିହାର ଭାରତ ସ୍ଵାଧୀନତାକୁ ସ୍ଵୀକାର ନ କରି ରାମ ମନ୍ଦିର ପ୍ରତିଷ୍ଠା ପରେ ଭାରତ ସ୍ଵାଧୀନତା ହେଲା ବୋଲି ଘୋଷଣା କରିଛନ୍ତି । ଏହି ଗୈରିକ ସଂଗଠନ କହୁଛି ଯେ, ୧୯୪୭ ମସିହାର ସ୍ଵାଧୀନତା “ ଭିକ୍ଷାର ସ୍ଵାଧୀନତା” ଅର୍ଥାତ ଗାନ୍ଧୀଙ୍କର ଅତୁଲ୍ୟ ଅବଦାନ, ନେହେରୁଙ୍କ ୯ ବର୍ଷର ଜେଲ୍ସଦଣ୍ଡ, ପଟେଲ, ସୁଭାଷ, ଗୋପବନ୍ଧୁ ଓ ମହତାବଙ୍କ କାରବରଣ ଓ ସଂଘର୍ଷ ଓ ଲକ୍ଷ୍ମଣ ନାୟକ ପ୍ରଭୃତିଙ୍କ ଫାସି ବଦଳରେ ଯେଉଁ ସ୍ଵାଧୀନତା ମିଳିଛି ତାହା କ’ଣ ଭିକ୍ଷାର ସ୍ଵାଧୀନତା ? ଦେଶକୁ ସ୍ଵାଧୀନ କରିବାକୁ ହଜାର ହଜାର ସ୍ଵାଧୀନତା ସଂଗ୍ରାମୀ ଜୀବନ ଦାନ ଦେଇଛନ୍ତି। ମାତ୍ର ସେମାନଙ୍କର ତ୍ୟାଗର ମୂଲ୍ୟ ମୋହନ ଭାଗବତଙ୍କ ପାଖରେ କିଛି ନାହିଁ । ସୁତରାଂ ନିଜର ପତିଆର ବୃଦ୍ଧି ପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀ, ନେହେରୁ ଓ ସ୍ଵାଧୀନତା ସଂଗ୍ରାମୀଙ୍କୁ ବାରମ୍ବାର ଅପମାନିତ କରିଥିବା ମୋହନ ଭାଗବତଙ୍କୁ ଛାତ୍ର କଂଗ୍ରେସ କଳା ପତାକା ପ୍ରଦର୍ଶନ କଲା । ନିଜ ପଦ ବଞ୍ଚାଇବା ପାଇଁ ଏବଂ ମୋହନ ଭାଗବତଙ୍କୁ ସନ୍ତୁଷ୍ଟ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଛାତ୍ର କଂଗ୍ରେସ ସଭାପତିଙ୍କୁ ଜେଲ ପଠାଇଛନ୍ତି। ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ସାଙ୍ଘାତିକ ଦୂରାବସ୍ଥା ହୋଇଥିବାବେଳେ ମୋହନ ସରକାରଙ୍କ ଏଥୁପ୍ରତି ଚିନ୍ତାନାହିଁ। ଓଡ଼ିଆ ଅଫିସର ବୌକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ ଦେଇପାରିଲେ ନାହିଁ । ଓଡ଼ିଶାର ଆଦିବାସୀ, ଦଳିତ, ମୁସଲମାନ, ଖ୍ରୀଷ୍ଟିଆନ ଓ ବିଶେଷ କରି ମହିଳା ଏବେ ଅତି ଅସୁରକ୍ଷିତ ଅବସ୍ଥାରେ ଥିବାବେଳେ ସେ ଚିନ୍ତା ମୁଖ୍ୟମନ୍ତ୍ରୀ ମୁଣ୍ଡରେ ନାହିଁ। କିନ୍ତୁ ଗଣତାନ୍ତ୍ରିକ ଉପାୟରେ କଳା ପତାକା ପ୍ରଦର୍ଶନ କରିଥିବା ଉଦିତ୍ ପ୍ରଧାନଙ୍କୁ ଜେଲରେ ଭର୍ତ୍ତି କରି ମୁଖ୍ୟମନ୍ତ୍ରୀ ନିଜକୁ ନିଜେ ବାହାବାହା ନେଉଛନ୍ତି । ଉଦିତ୍ ପ୍ରଧାନ ଏବଂ ଅନ୍ୟଛାତ୍ର ନେତାମାନଙ୍କୁ ଖଲାସ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ୟାସିର ନୱାଜ, ରଞ୍ଜିତ ପାତ୍ର, ସୁଦିପ ସାମଲ, ବିଶ୍ୱଜିତ ଦାସ, ଚୁନୁ ସିଂ, ଅଜୟ ସାହୁ, ନିହାର ବେହେରା, ସ୍ଵାଗତ କର, ବଟକୃଷ୍ଣ ରାଉତରାୟ, ଗୋପନ ମାର୍ଥା, ସତ୍ୟଜିତ ପଟ୍ଟନାୟକ, ପ୍ରକାଶ ଜେନା, କିଶୋର ଜେନା, ବିଶ୍ବଭୂଷଣ ମହାପାତ୍ର, ଆଲୋକ ଦାସ, ସୁବ୍ରତ ମହାପାତ୍ର, ମହମ୍ମଦ ପରଭେଜ୍, ମହମ୍ମଦ ଗୁଲଫାମ୍, ବଳରାମ ନନ୍ଦ, ରାହୁଲ ମହାନ୍ତି, ସୁରଜ ରାଉତ, କେଦାର ଦଳେଇ, ଜୟଶ୍ରୀ ପାତ୍ର, ପ୍ରଣତି ମିଶ୍ର, ମନୋରଞ୍ଜନ ଦାଶ, ଗଣେଷ ଦାସ, ଆଶିଷ ମଲ୍ଲିକ, ପ୍ରଶାନ୍ତ ଚମ୍ପତି, ସୌମେନ୍ଦ୍ର ମହାନ୍ତି, ସେକ୍ ତାକ୍ୟୁନ୍, ପ୍ରଶନ୍ନ ନାୟକ, ସ୍ନେହାପ୍ରଭା ଜେନା, ମାମିନା ବେହେରା ଓ ପ୍ରଶନ୍ନ ପାଇକରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking