17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶତେଜସ୍ୱୀ ଯାଦବ ଆରଜେଡିର ନୂଆ ସୁପ୍ରିମୋ

ତେଜସ୍ୱୀ ଯାଦବ ଆରଜେଡିର ନୂଆ ସୁପ୍ରିମୋ

ପାଟନା: ତେଜସ୍ୱୀ ଯାଦବ, ଆରଜେଡିର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ଆରଜେଡିରେ ଏବେ ତେଜସ୍ୱୀ ଯୁଗ ଆରମ୍ଭ ହୋଇଛି। ଶନିବାର ପାଟନାରେ ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ପର୍ଯ୍ୟନ୍ତ ଆରଜେଡିର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଆସୁଥିବା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଅଧିକାଂଶ ସମୟ ଭଲ ରହୁନଥିବାରୁ ଏହି ଗୁରୁଦାୟିତ୍ୱ ଏବେ ସେ ନିଜ ସାନପୁଅ ତେଜସ୍ୱୀଙ୍କ ଉପରେ ନ୍ୟସ୍ତ କରିଛନ୍ତି। ଦଳୀୟ ସମ୍ବିଧାନ ସଂଶୋଧନ ପାଇଁ ଏକ ପ୍ରସ୍ତାବ ଜାତୀୟ କାର୍ଯ୍ୟକାରିଣୀରେ ପାରିତ ହୋଇଥିଲା। ଦଳରେ ଲାଲୁ ଯାଦବଙ୍କୁ ଯେଉଁ ଅଧିକାର ମିଳିଥିଲା ତାହା ଏବେ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଦିଆଯାଇଛି। ତେଜସ୍ୱୀ ଯାଦବ ଏବେ ନିର୍ବାଚନରେ ଯାହାକୁ ଚାହିଁବେ ତାଙ୍କୁ ଦଳୀୟ ଚିହ୍ନ ଦେଇପାରିବେ ଏବଂ ଦଳ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇପାରିବେ। ଜାତୀୟ କାର୍ଯ୍ୟକାରିଣୀରେ ଆରଜେଡିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଆଲୋକ ମେହେଟ୍ଟା ଦଳର ସମ୍ବିଧାନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ, ଯାହା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା। କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ଜଗଦାନନ୍ଦ ସିଂହ କିମ୍ବା ତାଙ୍କ ସାଂସଦ ପୁଅ ସୁଧାକର ସିଂହ ଯୋଗ ଦେଇନଥିଲେ। ତେବେ ଏହି ନେତାଙ୍କ ଅନୁପସ୍ଥିତି ଦଳରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଏହି ଦୁଇ ନେତାଙ୍କ ପକ୍ଷରୁ କୌଣସି ବୟାନ ଦିଆଯାଇନାହିଁ। ଚଳିତ ବର୍ଷ ଶେଷ ଆଡ଼କୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଜସ୍ୱୀଙ୍କୁ ନିଜ ଚେହେରା କହି ଆରଜେଡି ଏକ ବଡ଼ ବାଜି ଲଗାଇଛି ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking