ଭୁବନେଶ୍ୱର : ଆସନ୍ତା ଶିକ୍ଷା ବର୍ଷରୁ ଏନଇପିରେ ହେବ ପାଠପଢା ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବାଲବାଟିକାରୁ ଆରମ୍ଭ ହେବ ଏନଇପି । ନୂଆ ଶିକ୍ଷାନୀତି ଓଡିଶାରେ ଲାଗୁ ହେଲେ , ଓଡିଶାର ସ୍କୁଲ ପାଠ ପଢାରେ ବୈପ୍ଲବିକ ପରିବର୍ତ୍ତନ ହେବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ୨୮ ହଜାର ଶିକ୍ଷକ ନିଯୁକ୍ତି ଦେବେ ସରକାର । ଶିକ୍ଷକ ଅଭାବକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଶିକ୍ଷକ ଅଭାବ ଦୂର ପାଇଁ ଟିଜିଟି / ପିଜିଟି ଶିକ୍ଷକ ଦିଆଯାଉଛି । ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଆଗାମୀ ଦିନରେ ୨୮ ହଜାର ଶିକ୍ଷକ ନିଯୁକ୍ତି ଦେବେ ସରକାର । ଏନଇପି କାଯ୍ୟ କରିବାକୁ ଜାତୀୟ ଶିକ୍ଷାନୀତି ପାଇଁ ଷ୍ଟିଅରିଂ କମିଟି କଲେ ରାଜ୍ୟ ସରକାର । ୧୬ ଜଣିଆ ଷ୍ଟିଅରିଂ କମିଟି ଗଠନ କଲା ଗଣଶିକ୍ଷା ବିଭାଗ । ଷ୍ଟିଅରିଂ କମିଟିର ଅଧ୍ୟକ୍ଷ ରହିବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ । ୧୬ ଜଣିଆ କମିଟି ପ୍ରସ୍ତୁତ କରିବା ପାଠ୍ୟ ଖସଡା । ଏହି ନୂଆ ଶିକ୍ଷା ନୀତି ଅନୁସାରେ ୩ ବର୍ଷରୁ ପିଲା ସ୍କୁଲ ଯିବେ। ୩ ବର୍ଷରୁ ଅଙ୍ଗନୱାଡି ଯାଇ ପାଠ ପଢିବେ। ୩ରୁ ୬ ବର୍ଷ ପିଲା ଅଙ୍ଗନୱାଡି, ପ୍ରି-ସ୍କୁଲ, ବାଳବାଟିକା ପଢିବେ। ୬ରୁ ୮ ବର୍ଷ ପ୍ରଥମ, ଦ୍ବିତୀୟ ଶ୍ରେଣୀରେ ପଢିବେ। ଏହାପରେ ତୃତୀୟରୁ ପଞ୍ଚମ ୩ ବର୍ଷ ପ୍ରିପେୟାରେଟୋରୀ ପାଠପଢା। ଷଷ୍ଠରୁ ଅଷ୍ଟମ, ତିନି ବର୍ଷ ମିଡିଲ୍ ସ୍କୁଲ ପାଠ ପଢା। ପରେ ନବମରୁ ଦ୍ବାଦଶ ସେକେଣ୍ଡାରୀ ଶ୍ରେଣୀରେ ପାଠ ପଢିବେ। ଜାତୀୟ ଶିକ୍ଷା ନୀତି ଅନୁସାରେ ୧୮ ବର୍ଷରେ ଦ୍ବାଦଶ ପାସ୍ କରିବେ ଛାତ୍ରଛାତ୍ରୀ।