19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶକାଲିଠୁ ମହାକୁମ୍ଭ ମେଳା, ସାଧୁ ସନ୍ଥଙ୍କ ଭିଡ଼ ଜମିଲାଣି

କାଲିଠୁ ମହାକୁମ୍ଭ ମେଳା, ସାଧୁ ସନ୍ଥଙ୍କ ଭିଡ଼ ଜମିଲାଣି

ପ୍ରୟାଗରାଜ: ଆସନ୍ତାକାଲିଠୁ ସଙ୍ଗମ୍ ନଗରୀ ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ୧୪୪ ବର୍ଷ ପରେ ଏହି ଅନନ୍ୟ ଓ ଦିବ୍ୟ ତିଥି ପଡ଼ିଥିବାରୁ ଏହାର ମାହାତ୍ମ ବଢ଼ି ଯାଇଛି। ଶ୍ରଦ୍ଧାଳୁଙ୍କୁ ସ୍ୱତନ୍ତ୍ର ଅନୁଭୂତି ଦେବାକୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି।
ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ପହଞ୍ଚି ସାରିଲେଣି। ଆସନ୍ତାକାଲି ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି। ଏହି ଦୁଇ ଦିନ ହେବ ସାହି ସ୍ନାନ। ପ୍ରଥମେ ସାଧୁ ଓ ମଠ ମହନ୍ତମାନେ ସ୍ନାନ କରିବା ପରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ତା’ସହ ଦେଶ ଓ ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ଲକ୍ଷ ଲକ୍ଷ ଲୋକେ ବି ଯେପରି ସୁରୁଖୁରୁରେ ବୁଡ଼ ପକାଇବେ ସେଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି। ପ୍ରତି ୧୨ ବର୍ଷରେ ପାଳନ କରାଯାଉଥିବା ଏହି ଭବ୍ୟ ଉତ୍ସବରେ ବିଶ୍ୱର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବ। ଏହି କୁମ୍ଭମେଳାରେ ଅନ୍ତର୍ଜାତୀୟ ପର‌୍ୟ୍ୟଟକଙ୍କ ସମେତ ପାଖାପାଖି ୪୦ରୁ ୪୫ କୋଟି ପର‌୍ୟ୍ୟଟକ ଯୋଗ ଦେବେ। ଏହି ଧାର୍ମିକ ଉତ୍ସବକୁ ଅନେକ ଭିଆଇପି, ଭିଭିଆଇପି ଓ କୋଟିପତି ମଧ୍ୟ ଆସିବେ ବୋଲି ଆଶା କରାଯାଉଛି।
ରାଜ୍ୟ ସରକାର ପୁଲିସ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ତୀର୍ଥଯାତ୍ରୀଙ୍କ ପାଇଁ ସବୁ ସୁବିଧା କରୁଛନ୍ତି। ଚଳିତବର୍ଷ ଏଥିରେ ଏଆଇ ପରି ଆଧୁନିକ ପ୍ରଯୁକ୍ତିକୁ ବି ବ୍ୟବହାର କରାଯାଉଛି। ମହାକୁମ୍ଭ ମେଳା ପାଇଁ ଡିଜିଟାଲ ସେଣ୍ଟର, ସିସିଟିଭି, ଏଲ୍‌ଇଡି ଡିସପ୍ଲେ, ଅତ୍ୟାଧୁନିକ ଏଆଇ ଚାଳିତ ଡାଟା ଆନାଲିଟିକ୍ସ ସଲ୍ୟୁସନ୍ ସିଷ୍ଟମ ସମେତ ଅନେକ ବୈଷୟିକ ବ୍ୟବସ୍ଥା କରାଯାଇଛି। ଏଥର ହଜିଲା ଲୋକଙ୍କୁ ଖୋଜିବା ପାଇଁ ତିଆରି ହୋଇଛି ଏକ ନିଆରା କେନ୍ଦ୍ର। ଏହାର ନାଁ ରଖାଯାଇଛି ‘ଭୁଲେ-ଭଟକେ କେନ୍ଦ୍ର’।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking