30.1 C
Bhubaneswar
Wednesday, March 25, 2026
Homeଓଡିଶାନାଗାବଳୀରେ ବୁଡ଼ିଗଲେ ୨ ନାବାଳକ

ନାଗାବଳୀରେ ବୁଡ଼ିଗଲେ ୨ ନାବାଳକ

ରାୟଗଡ଼ା: ରାୟଗଡ଼ା ସହର ଉପକଣ୍ଠ ଝୁଲାପୋଲ ନିକଟରେ ପୁଣି ଅଘଟଣ ଘଟିଛି। ନାଗାବଳୀ ନଦୀରେ ଭାସୁଥିବା ବଲ୍‌ ଆଣିବାକୁ ଉଦ୍ୟମ କରି ଦୁଇ ଜଣ ଛାତ୍ର ପାଣିରେ ବୁଡ଼ି ଯାଇଛନ୍ତି। ମୃତ ଦୁଇ ଛାତ୍ର ସ୍ଥାନୀୟ ଏକ ଘରୋଇ ସ୍କୁଲରେ ଷଷ୍ଠ ଶ୍ରେଣୀ ଛାତ୍ର ଥିଲେ। ସେମାନେ ହେଲେ ରାଣିଗୁଡ଼ାର ସି. ଏଚ୍‌ ଭାର୍ଗବ ଚରଣ(୧୨) ଓ ସାଇପ୍ରିୟା ନଗରର ଶ୍ରୀନୁ କୁମାର ଯାଦବ(୧୨)। ବିଦ୍ୟାଳୟରେ ପରୀକ୍ଷା ସରିବାପରେ ଆଜି ଚାରି ସାଙ୍ଗ ଖେଳିବା ନିମନ୍ତେ ଡକାଡ଼କି ହୋଇ ଝୁଲାପୋଲ ନିକଟସ୍ଥ ନଦୀ ନିକଟକୁ ଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଦୁଇ ଜଣ ସାଙ୍ଗ ଜନ୍ମେଜୟ ଓ ଭବେଶଙ୍କ କହିବାନୁଯାୟୀ ଆଜି ଅପରାହ୍ନ ୪ଟା ସମୟରେ ଶ୍ରୀନୁ ଓ ଭାର୍ଗଭ ଦୁଇ ଜଣ ସାଙ୍ଗ ସାଇକେଲରେ ଆସିଥିଲେ। ପୋଲ ତଳକୁ ଓହ୍ଳାଇ ସେମାନେ ବଡ଼ବଡ଼ ପଥର ଚଟାଣ ନିକଟକୁ ଆସିଥିଲେ, ଯେଉଁଠି ନଦୀର ପ୍ରଖର ସ୍ରୋତ ପ୍ରବାହିତ ହେଉଥିଲା। ଜନ୍ମେଜୟ ଏବଂ ଭବେଶ ପଥର ଉପରେ ରହିଥିବା ବେଳେ ଭାର୍ଗଭ ଓ ଶ୍ରୀନୁ ଦୁହେଁ ପଥର ତଳକୁ ଯାଇଥିଲେ। ଶିଉଳିଆ ପଥର ନିକଟରେ ଏକ ବଲ୍‌ ପଡ଼ିଥିବା ବେଳେ ଏହାକୁ ଆଣିବା ପାଇଁ ଭାର୍ଗଭ ଉଦ୍ୟମ କରିଥିଲେ। ତାଙ୍କର ପାଦ ଖସି ଯାଇଥିଲା। ଫଳରେ ସେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ ସେହି ସମୟରେ ପାଖରେ ଠିଆ ହୋଇଥିବା ଶ୍ରୀନୁ ସାଙ୍ଗକୁ ବଞ୍ଚାଇବାକୁ ଯାଇ ହାତ ବଢ଼େଇଥିବା ବେଳେ ସେ ମଧ୍ୟ ଖସିପଡ଼ି ନଦୀରେ ବୁଡ଼ି ଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking